ନ୍ୟୁଜ 365 (ବ୍ୟୁରୋ): ବର୍ଷା ହେଲେ ରାସ୍ତାର ଅବସ୍ଥା କେମିତି ହୁଏ, ତାହା ସମସ୍ତଙ୍କୁ ଜଣା। କେଉଁଠି ରାସ୍ତା ଧୋଇଯାଏ ତ ଆଉ କେଉଁଠି ଗାତ ହୋଇଯାଏ। ସେ ମହାନଗର ହେଉ କି ଛୋଟ ସହର। ହେଲେ ଏହି ସବୁ ଅସୁବିଧାରୁ ମୁକ୍ତ ହେବାର ପାଇଁ ସରକାର ଏକ ବଡ ଯୋଜନା ଉପରେ କାମ କରୁଛନ୍ତି। ସରକାର ଏବେ କ୍ରଂକିଟ୍ରେ ରାସ୍ତା ତିଆରି କରିବେ ଚିନ୍ତା କରୁଛନ୍ତି। ଏହିପ୍ରକାର ସଡକ ବର୍ଷାଓବନ୍ୟାର ସାମନା କରିପାରିବ। କେନ୍ଦ୍ରୀୟ ସଡକ ପରିବହନ ଓ ହାଇୱେ ମନ୍ତ୍ରୀ ନିତିନ୍ ଗଡକରୀ କହିଛନ୍ତି କି ତାଙ୍କ ମନ୍ତ୍ରାତ୍ରାଳୟ ଏକ ଏକ୍ସପର୍ଟ କମିଟି ଗଠନ କରିବ। ଏହାସହ ଭାରତୀୟ ରାଷ୍ଟ୍ରିୟ ରାଜମାର୍ଗ ସଂସ୍ଥାର କିଛି ସେକ୍ସନ୍ କଂକ୍ରିଟ ରୋଡ଼୍ କରିବାପାଇଁ ପ୍ରସ୍ତୁତ କରୁଛି। ଫଳରେ ଏହି ଯୋଜନା କେତେ ଦୂର ଫଳପ୍ରଦ ତାହା ଜାଣିପାରିବେ। ଏବେ ବର୍ଷା ରୋଡର କିଛି କରିପାରିବ ନାହିଁ। ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ।