ନ୍ୟୁଜ 365 (ବ୍ୟୁରୋ): ଜୟପୁର ଏକ୍ସ୍ପ୍ରେସ୍ର ଟ୍ରେନରେ ଜଣେ ଆରପିଏଫ ଯବାନ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ,୩ ଜଣ ସାଧାରଣ ଯାତ୍ରୀ ଓ ଜଣେ ଆସିଷ୍ଟାଣ୍ଟ୍ ସବ୍-ଇନ୍ପେକ୍ଟର୍ ଥିବା ଜଣାପଡିଛି । ଘଟଣାଟି ବୋରିୱାଲି- ମୀରା ରୋଡ୍ ଷ୍ଟେସନ୍ ମଧ୍ୟରେ ଘଟିଛି। ସୂଚନା ଅନୁସାରେ, ଜୟପୁର ଏକ୍ସ୍ପ୍ରେସ୍ର ଟ୍ରେନ ସକାଳ ପ୍ରାୟ ୫ ଟା ସମୟରେ ଟ୍ରେନଟି ମୀରା ରୋଡ୍ ଷ୍ଟେସନ୍ ପାଖାପାଖି ପହଂଚିଥିଲା । କୋଚ୍ ନମ୍ବର ‘ବି୫’ରେ ରେ ସମସ୍ତ ଯାତ୍ରୀ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ । କେହି କିଛି ବୁଝିବା ପୂର୍ବରୁ ଜଣେ ଆରପିଏଫ ଯବାନ ଅଚାନକ ଗୁଳି ଚାଳନା କରିଥିଲେ । ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ସମ୍ପୃକ୍ତ ଯବାନକୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ଯବାନ ଜଣଙ୍କ କେଉଁ କାରଣ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।