ନ୍ୟୁଜ୍ 365(ବ୍ୟୁରୋ): ଆସନ୍ତାକାଲି ଖୋଲିପାରେ ଭୁବନେଶ୍ୱର ୟୁନିଟ-୨ ମାର୍କେଟ୍ ବିଲଡିଂ। ୧୬ ଦିନ ଧରି ବନ୍ଦ ରହିବା ପରେ ଆଜିଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ଭେଟିବେ ସ୍ଥାୟୀ ବ୍ୟବସାୟୀ। ସ୍ଥାୟୀ ବ୍ୟବସାୟୀ ଓ ଉଠା ଦେକାନୀଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବାରୁ ଦୀର୍ଘ ଦିନ ହେବ ବନ୍ଦ ରହିଛି ରାଜଧାନୀର ଏହି ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳ। ତେବେ ଆଜି ୧୧ଜଣିଆ ପ୍ରତିନିଧି ଦଳ ପୁଣି ଥରେ ବିଏମସି କମିଶନରଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ସମସ୍ୟାର ସମାଧାନ ସହ ଲିଖିତ ପ୍ରତିଶ୍ରୁତି ମିଳିଲେ ମଙ୍ଗଳବାର ଠାରୁ ମାର୍କେଟ ବିଲ୍ଡିଂ ଖୋଲିବ ବୋଲି କୁହାଯାଇଛି। ନଚେତ୍ ପ୍ରତିଶ୍ରୁତି ନପାଇବା ପର୍ଯ୍ୟନ୍ତମାର୍କେଟ ବିଲ୍ଡିଂ ଖୋଲିବ ନାହିଁ ବୋଲି ଏହି ସ୍ଥାୟୀ ବ୍ୟବସାୟୀଙ୍କ ସଂଘ ଚେତାବନୀ ଦେଇଛି।
ଗୋଟିଏ ପଟେ ଉଠା ଦୋକାନୀଙ୍କୁ ମାର୍କେଟ ବିଲଡିଂରୁ ହଟାଇବା ଜିଦରେ ସ୍ଥାୟୀବ୍ୟବସାୟୀମାନେ ଅଡ଼ି ବସିଥିବା ବେଳେ, ଅନ୍ୟପଟେ ଥଇଥାନ ନହେବା ପର୍ଯ୍ୟନ୍ତ ସେମାନଙ୍କୁ ହଟାଯାଇ ପାରିବ ନାହିଁ ବୋଲି କହିଛନ୍ତି ଉଠା ଦୋକାନୀ। ତେବେ ଏହାର ସମାଧାନ ପାଇଁ ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନ ଯୋଗାଇଦେବା ପାଇଁ ୪ଟି ଜାଗା ବାଛିଛି ବିଏମସି।