ନ୍ୟୁଜ୍ 365(ବ୍ୟୁରୋ): ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର ସମସ୍ତ ଶୈବପୀଠରେ ଲାଗିଛି ଭିଡ । ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସଟି ହେଉଛି ବହୁତ ପବିତ୍ର ମାସ ବୋଲି କୁହାଯାଇଥାଏ । ବର୍ଷର ଏହି ମାସଟିକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ । ଏହି ମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶିବ ଭକ୍ତ କାଉଡ଼ି ବା ବୋଲ୍ବମ୍ ଯାତ୍ରା କରିଥା’ନ୍ତି । କାଉଡ଼ିଆମାନେ ବିଭିନ୍ନ ନଦୀରୁ ପାଣି ନେଇ ଶିବଙ୍କୁ ଜଳାଭିଷେକ କରିଥା’ନ୍ତି । ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ଏକ ବିଶେଷ ମହତ୍ତ୍ୱ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ଏହି ମାସଟି ବହୁତ ପବିତ୍ର। ବର୍ଷର ଏହି ମାସଟିକୁ ଭଗବାନ ଶିବଙ୍କୁ ସମର୍ପିତ କରାଯାଇଥାଏ। ଏହି ମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶିବ ଭକ୍ତ କାଉଡ଼ି ବା ବୋଲ୍ବମ୍ ଯାତ୍ରା କରିଥା’ନ୍ତି ।କାଉଡିଆମାନେ ବିଭିନ୍ନ ନଦୀରୁ ଜଳ ନେଇ ଶିବଙ୍କୁ ଜଳାଭିଷେକ କରିଥା’ନ୍ତି । ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ଏକ ବିଶେଷ ମହତ୍ତ୍ୱ ରହିଛି । ଜଳାଭିଷେକ ଦ୍ୱାରା ଭଗବାନ ଶିବ ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥା’ନ୍ତି ବୋଲି ବିଶ୍ୱାସ ମଧ୍ୟ ରହିଆସିଛି । କିନ୍ତୁ ଆପଣ ଜାଣିଛନ୍ତି କି, କାଉଡ଼ି ବା ବୋଲ୍ବମ୍ ଯାତ୍ରା କରୁଥିବା ଭକ୍ତମାନଙ୍କ ପାଇଁ କିଛି ବିଶେଷ ନିୟମ ମଧ୍ୟ ରହିଛି ।
ସାଧାରଣରେ କାଉଡିଆ ମାନେ ବୋଲବମ୍ ଯିବା ଆଗରୁ ସେମାନେ ମହାଦେବଙ୍କ ପାଇଁ ମାସକ ଆଗରୁ ଆମିସ ଖାଇବା ଛାଡିଥିନ୍ତି, ତା ସହିତ ପୁରୁଷ ମାନେ ନିଜ ନିଷ ଦାଢି ମଧ୍ୟ କାଟିନଥାନ୍ତି । ତେବେ ଆପଣ ଜାଣନ୍ତି ସର୍ବପ୍ରଥମ କାଉଡିବାଲା କିଏ ଥିଲେ ଏବଂ କିଏ ଏହି କାଉଡି ଯାତ୍ରାର ଆରମ୍ଭ କରିଥିଲେ ? ଭଗବାନ ଶିବଙ୍କୁ ଶ୍ରବଣ ମାସରେ କଣ ପାଇଁ ଜଳାଭିଷେକ କରାଯାଏ ? ପୌରାଣିକ ତଥ୍ୟ ଅନୁଯାୟୀ ସର୍ବପ୍ରଥମେ ଭଗବାନ ପର୍ଶୁରାମ କାଉଡିରେ ଗଙ୍ଗାଜଳ ନେଇ ମହାଶିବଙ୍କୁ ଅଭିଷେକ କରିଥିଲେ ।
ପ୍ରାଚୀନ ଶିବଲିଙ୍ଗରେ ଜଳାଭିଷେକ କରିବା ପାଇଁ ଭଗବାନ ପର୍ଶୁରାମ ଗଡମୁକ୍ତେଶ୍ଵରରୁ ଗଙ୍ଗାଜଳ ଆଣିଥିଲେ । ସେଥିପାଇଁ ଆଜିବି ମଧ୍ୟ ତାଙ୍କ ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଗଡମୁକ୍ତେଶ୍ଵରରୁ ଗଙ୍ଗାଜଳ ନେଇ ମହାଦେବଙ୍କୁ ଜଳ ଅଭିଷେକ କରାଯାଏ । ସେହିଭଳି ଆଉ କିଛି ଲୋକ କଥା ଅନୁସାରେ ତ୍ରେତୟା ଯୁଗରେ ସର୍ବପ୍ରଥମେ ଶ୍ରବଣ କୁମାର କାଉଡି ଯାତ୍ରାର ଆରମ୍ଭ କରିଥିଲେ । ମାତାପିତାଙ୍କର ତୀର୍ଥଯାତ୍ରାର ଇଚ୍ଛା ପୂରଣ କରିବା ପାଇଁ ଶ୍ରବଣ କୁମାର ଭାରରେ ସେମାନଙ୍କୁ ବସାଇ ହରିଦ୍ଵାର ଆଣିଥିଲେ ଏବଂ ଗଙ୍ଗାରେ ସ୍ନାନ କରାଇଥିଲେ । ଏହାକୁ ପ୍ରଥମ କାଉଡି ଯାତ୍ରାର ଆରମ୍ଭ ବୋଲି ମଧ୍ୟ କୁହାଯାଏ । ତେବେ ସେ ଯାହାବି ହେଉ, ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବା । ଆଯିବି ବିଭିନ୍ନ ଶୈବପୀଠରେ ଲାଗିଛି ଭକ୍ତଙ୍କ ଭିଡ ।