ନ୍ୟୁଜ 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ଼ ସୁପରଷ୍ଟାର ରଣବୀର କପୁର । କେତେବେଳେ ଦମ୍ଦାର ଅଭିନୟ ତ ଆଉ କେତେବେଳେ ଷ୍ଟାଇଲିସ୍ ଲୁକ୍ ସାଙ୍ଗକୁ ନିଜ ଜୀବନ ଶୈଳିକୁ ନେଇ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର । ହେଲେ ଏବେ ସେ ଲୁଙ୍ଗି ପ୍ୟାଣ୍ଟ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । ଯାହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି ଲୁଙ୍ଗି ପ୍ୟାଣ୍ଟ ପିନ୍ଧା ଲୁକ୍କୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ସୁଚନାମୁତାବକ, ନିକଟରେ ଇଣ୍ଡିଆନ କାଉଁଚର ୱିକ୍ରେ ଆୟୋଜିତ ଏକ ରାମ୍ପ ଶୋରେ ନଜର ଆସିଥିଲେ ରଣବୀର କପୁର । ସେ ଲୁଙ୍ଗି ଷ୍ଟାଇଲ ପ୍ୟାଣ୍ଟ ଏବଂ ବ୍ଲୁ ଅଚକନ ପିନ୍ଧି ରାମ୍ପ ଶୋ ରେ ଚାଲିଥିଲେ । ତାଙ୍କର ଏହି ନୂଆ ଷ୍ଟାଇଲିସ୍ ଲୁକ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଫ୍ୟାଶନ ଡ଼ିଜାଇନର କୃଣାଳ ରାୱଲ ରଣବୀରଙ୍କ ଏହି ପୋଷାକକୁ ଡ଼ିଜାଇନ କରିଥିଲେ । ଖାଲି ସେତିକି ନୁହେଁ , ରଣବୀରଙ୍କ ଏହି ଲୁକ୍ ଆଲିଆ ଭଟ୍ଟଙ୍କ ମନକୁ ଛୁଇଁଛି । ସେ ଖୁସି ହୋଇ ନିଜ ଇନ୍ଷ୍ଟାଗ୍ରାମରେ ରଣବୀରଙ୍କ ଏହି ନୂଆ ଲୁକ୍ର ଫଟୋକୁ ସେୟାର କରିଛନ୍ତି । ଏବଂ ଏହି ଲୁକ୍ ରେ ତୁମେ ମୋ ମନ ଜିଣିଗଲ ବୋଲି କହିଛନ୍ତି ଆଲିଆ ଭଟ୍ଟ ।