ନ୍ୟୁଜ 365 (ବ୍ୟୁରୋ): ଶ୍ୱାସ ଜନିତ ସମସ୍ୟା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହେଲେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଶନିବାର ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବା ପରେ ତାଙ୍କୁ କୋଲକାତାର ଉଡଲାଣ୍ଡ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପୀଡିତ ଥିଲେ ବୋଲି ଜଣାପଡିଛି । କିଛି ଦିନ ତଳେ ଶ୍ୱାସକ୍ରିୟାରେ ସମସ୍ୟା ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ଡିସଚାର୍ଜ କରାଯାଇଥିଲା।