ନ୍ୟୁଜ୍ 365(ବ୍ୟୁରୋ):
ଏଥିସହିତ ଲକ୍ଷ୍ୟ ଏକମାତ୍ର ଭାରତୀୟ ଭାବେ ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି। କାରଣ ଏଚ୍ ଏସ ପ୍ରଣୟଙ୍କ ସହ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ଅଭିଯାନ କ୍ବାର୍ଟରଫାଇନାଲ୍ରେ ଶେଷ ହୋଇଯାଇଛି। ବିଶ୍ବର ୧୦ ନମ୍ବର ପ୍ରଣୟଙ୍କୁ ୨୧-୧୯, ୧୮-୨୧, ୮-୨୧ରେ ବିଶ୍ବର ଏକ ନମ୍ବର ଡେନମାର୍କର ଭିକ୍ଟର ଆକ୍ସେଲସେନ ହରାଇଥିଲେ। ସାତ୍ବିକ-ଚିରାଗ ୧୫-୨୧, ୨୫-୨୩, ୧୬-୨୧ରେ ଅଲିମ୍ପିକ୍ ବିଜେତା ଚାଇନିଜ ତାଇପେ ଯୋଡ଼ି ଲି ୟାଙ୍ଗ-ୱାଙ୍ଗ ଚି-ଲାନ୍ଙ୍କଠାରୁ ହାରିଯାଇଛନ୍ତି।