ନ୍ୟୁଜ 365 (ବ୍ୟୁରୋ): ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାର ବାଣ କାରଖାନାରେ ବିସ୍ଫୋରଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି। ଏହା ଶହ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ତାମିଲନାଡୁର କୃଷ୍ଣଗିରିରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ, ପାଖରେ ଥିବା ଗୋଟାଏ ହୋଟେଲ୍ ଭାଙ୍ଗିପଡ଼ିବା ସହିତ ଆଉ ୪ଟି କୋଠାଘର ମଧ୍ୟ ଆଂଶିକ ଭାଙ୍ଗିଯାଇଛି। ହୋଟେଲ୍ ଓ କୋଠାଘରର ଭଗ୍ନସ୍ତୂପ ତଳେ ଅନେକ ଲୋକ ଫସି ରହିଥିବା କୁହାଯାଉଛି ।