ନ୍ୟୁଜ 365 (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ତାତି ଜୋର ଧରିଛି । ମଣିପୁର ହିଂସା ପାଇଁ ସଂସଦରେ ବିରୋଧୀ ହୋ ହାଲ୍ଲା କରୁଛନ୍ତି । ଘଟଣାକୁ ନେଇ ଅନେକ ସମୟରେ ଲୋକସଭା ଓ ରାଜ୍ୟସଭାକୁ ମଧ୍ୟ ଅଚଳ ହେଉଛି । ଏହାରି ଭିତରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ (ଅବସରପ୍ରାପ୍ତ) ଏମଏମ ନରଭାନେ ମଣିପୁର ହିଂସାକୁ ନେଇ ବଡ ବୟାନ ଦେଇଛନ୍ତି । ମଣିପୁର ହିଂସାରେ ବିଦେଶୀ ଏଜେନ୍ସିର ସମ୍ପୃକ୍ତି ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଏମଏମ ନରଭାନେ । ସେ କହିଛନ୍ତି ଯେ ମଣିପୁର ହିଂସାରେ ବିଦେଶୀ ଏଜେନ୍ସିର ସମ୍ପୃକ୍ତିକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।ଦେଶର ସାମଗ୍ରିକ ଜାତୀୟ ସୁରକ୍ଷା ପାଇଁ ସୀମାନ୍ତ ରାଜ୍ୟଗୁଡ଼ିକରେ ଅସ୍ଥିରତା ଭଲ ନୁହେଁ। ମଣିପୁରରେ ବିଦ୍ରୋହୀ ସଂଗଠନମାନଙ୍କୁ ଚୀନ୍ ଦେଇଥିବା ସହାୟତା ବିଷୟରେ ସେ ଉଲ୍ଲେଖ କରିଛନ୍ତି।