ନ୍ୟୁଜ ୩୬୫ (ବ୍ୟୁରୋ): ଶିବ ହେଉଛନ୍ତି ସଂସାରର ସଙ୍ଘାର କର୍ତ୍ତା, ମୃତ୍ୟୁଞ୍ଜୟ ସେ ,ଯିଏ ମୃତ୍ୟୁକୁ ଜୟ କରିଛନ୍ତି । ଶିବଙ୍କ ଅନେକ ରୂପ ରହିଛି । ଯିଏ ଯେଉଁ ରୂପରେ ଭଗବାନଙ୍କୁ ଡାକିବ ମହାଦେବ ସେହି ରୂପରେ ଦର୍ଶନ ଦେବେ । ହେଲେ ଆପଣ ଜାଣନ୍ତି କି , ଦେବଦେବ ମହାଦେବଙ୍କର ପ୍ରିୟ ଜିନିଷ ହେଉଛି ତ୍ରିଶାଖା ବେଲପତ୍ର। ଏହା ବିନା ଭଗବାନ ଶିବଙ୍କ ଉପାସନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ମହାଦେବଙ୍କ ପାଖରେ ବେଲପତ୍ର ଚଢେଇବା ଦ୍ୱାରା ଦେବଦେବ ମହାଦେବ ପ୍ରସନ୍ନ ହେବାସହ ଭକ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ହେଲେ ମହାଦେବଙ୍କୁ ବେଲପତ୍ର ଅର୍ପଣ କରିବା ସମୟରେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଏହିସବୁ ନିୟମ ମାନି ବେଲପତ୍ର ଅର୍ପଣ କଲେ ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି ।
ତେବେ ଆସନ୍ତୁ ଜାଣିବା କ’ଣ ରହିଛି ନିୟମ:
()ମହାଦେବଙ୍କୁ ଅର୍ପଣ କରୁଥିବା ବେଲପତ୍ରରେ ଯେପରି କୌଣସି ଛିଦ୍ର ନଥିବ ଏବଂ ବେଲପତ୍ରର କୌଣସି ଶାଖାର ପତ୍ର ଯେମିତି ଛିଡ଼ି ନ ଥିବ ।
()ଏହାସହ ମହାଦେବଙ୍କୁ ୫,୧୧,୨୧,୫୧ ନ ହେଲେ ୧୦୧ ଟି ବେଲପତ୍ର ଅର୍ପଣ କରନ୍ତୁ।
() ମନେରଖିବେ ସୋମବବାର ଦିନ ଭୁଲରେ ବି ବେଲପତ୍ର ଛିଡ଼ାନ୍ତୁ ନାହିଁ। ତା’ ପୂର୍ବ ଦିନ ବେଲପତ୍ର ତୋଳି ରଖନ୍ତୁ। ପୂର୍ବରୁ ରଖିଥିବା ବେଲପତ୍ରକୁ ସୋମବବାର ଦିନ ମହାଦେବଙ୍କ ନିକଟରେ ଅର୍ପଣ କରନ୍ତୁ। ପ୍ରଭୁ ସନ୍ତୁଷ୍ଟ ହେବା ସହ ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହେବ ।