ନ୍ୟୁଜ 365 (ବ୍ୟୁରୋ): ଆପଣ ଗାର୍ଲଫ୍ରେଣ୍ଡ ଖୋଜୁଛନ୍ତି କି ? ତେହେଲେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ମନ ପସନ୍ଦର ଗାର୍ଲଫ୍ରେଣ୍ଡ ସୃଷ୍ଟି କରିବାରେ ଏଆଇ ଟେକ୍ନୋଲୋଜି ସାହାଯ୍ୟ କରିବ । ଏକଥା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସାହାଯ୍ୟରେ ଆପଣ ଏବେ ନିଜର ମନ ମୁତାବକ ପାର୍ଟନର ସୃଷ୍ଟି କରିପାରିବେ। କେବଳ ଗର୍ଲଫ୍ରେଣ୍ଡ ନୁହେଁ, ଏଆଇ ଟେକ୍ନୋଲୋଜି ସାହାଯ୍ୟରେ ଆପଣ ନିଜର ପସନ୍ଦ ବୟଫ୍ରେଣ୍ଡ ମଧ୍ୟ ସୃଷ୍ଟି କରିପାରିବେ । ଗର୍ଲଫ୍ରେଣ୍ଡ, ବୟଫ୍ରେଣ୍ଡ ସୃଷ୍ଟି କରିବା ପାଇଁ Andreessen Horowitz ନାମକ ଏକ କମ୍ପାନୀ ଏକ ପ୍ରୋଜେକ୍ଟ ଆରମ୍ଭ କରିଛି ।
ଏହି କମ୍ପାନୀ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର କରି ଆପଣଙ୍କ ପାଇଁ ଆପଣଙ୍କ ମନ ପସନ୍ଦ ମୁତାବକ ବୟଫ୍ରେଣ୍ଡ ଏବଂ ଗର୍ଲଫ୍ରେଣ୍ଡ ସୃଷ୍ଟି କରିବ । ଏନେଇ କମ୍ପାନୀ ନିଜର ଏକ ଗାଇଡ୍ GitHubରେ ସେୟାର କରିଛି । ଏହା ସାହାଯ୍ୟରେ ଲୋକମାନଙ୍କୁ ପ୍ରଥମେ ନିଜର ପସନ୍ଦ ମୁତାବକ ବ୍ୟକ୍ତିତ୍ୱ ଚିହ୍ନଟ କରିବାକୁ ପଡିବ । ଏହାପରେ ଏଆଇ ଆପଣଙ୍କୁ ନିଜର ପସନ୍ଦ ମୁତାବକ ସାଥୀଟିଏ ଭେଟିଦେବ । ତେବେ ଏହି ପ୍ରୋଜେକ୍ଟ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଏହା କିପରି କାମ କରିବ, କେମିତି କାମ କରିବ, ସେ ଦିଗରେ କାମ ଆରମ୍ଭ ହୋଇସାରିଥିବା ଜଣାପଡିଛି ।