ନ୍ୟୁଜ 365 (ବ୍ୟୁରୋ): ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ତିନି ବର୍ଷ ପୁରିଛି । ଏହି ତୃତୀୟ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅଖିଳ ଭାରତୀୟ ଶିକ୍ଷା ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶର ସମସ୍ତ ସିବିଏସଇ ବିଦ୍ୟାଳୟରେ ଗୋଟିଏ ପାଠ୍ୟକ୍ରମ କାର୍ଯ୍ୟକାରୀ ହେବ । ଏଥିପାଇଁ ୨୨ ଟି ଭାଷାରେ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରାଯାଉଛି। ଏହି ସମୟରେ ମୋଦି ପିଏମଶ୍ରୀ ଯୋଜନାର ପ୍ରଥମ କିସ୍ତି ମଧ୍ୟ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଭାଗ୍ୟ ବଦଳାଇବାର ଶକ୍ତି ଶିକ୍ଷା ହିଁ ଅଟେ। ଯେଉଁ ଲକ୍ଷ୍ୟ ସହିତ ଦେଶ ଆଗକୁ ବଢୁଛି, ସେଥିରେ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅଖିଳ ଭାରତୀୟ ଶିକ୍ଷା ସମାଗାମର ଏକ ଅଂଶ ହେବା ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।