ନ୍ୟୁଜ ୩୬୫ (ବ୍ୟୁରୋ): କ୍ରିକେଟ୍ ଫ୍ରେମୀଙ୍କ ପାଇଁ ଖୁସି ଖବର । ଜୁନ୨୦୨୪ରେ ଖେଳାଯିବ ଟି-୨୦ ବିଶ୍ୱକପ । ଏନେଇ ଘୋଷଣା ହୋଇଛି ତାରିଖ। ଆସନ୍ତା ଜୁନ ୪ରୁ ୩୦ ତାରିଖ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ । ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯିବ ସବୁ ମ୍ୟାଚ । ଭାଗ ନେବେ ୨୦ ଦଳ,ମୋଟ ୧୦ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ୨୭ ଦିନରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଗତ ଟି-୨୦ ବିଶ୍ୱକପ ଠାରୁ ଆଗାମୀ ବିଶ୍ୱକପ ଭିନ୍ନ ରହିବ । ଏଥିରେ ୧୬ ପରିବର୍ତ୍ତେ ୨୦ ଟି ଦଳ ଟୁର୍ଣ୍ଣାମେଣ୍ଟ ଖେଳିବେ । ୨୦ ଟିମକୁ ୫ ଲେଖାଏଁ ୪ ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଲେଖାଏ ଟିମ୍ ସୁପର-୮ ମ୍ୟାଚ ଖେଳିବେ । ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୪ଟି ଟିମ୍ ସେମିଫାଇନାଲ ଖେଳିବେ ।
ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ତେବେ ଆଇସିସି ରାଙ୍କି ଅନୁସାରେ ଶ୍ରେଷ୍ଠ ୧୦ ଟିମ୍ ଚୟନ ଶେଷ ହୋଇଛି । ୟୁରୋପ, ଇଷ୍ଟଏସିଆ, ଆମେରିକା, ଏସିଆ, ଆଫ୍ରିକା ଭଳି କିଛି ଟିମକୁ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ କ୍ୱାଲିଫାଏ କରିବାକୁ ପଡିବ । ଗତ ଟି-୨୦ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ । ଟି-୨୦ରେ ଭାରତର ସୂର୍ୟ୍ୟକୁମାର ଯାଦବ ନଂ୧ ସ୍ଥାନରେ ରହିଥିବାବେଳେ ଗିଲ୍ ହିଟ୍ ମ୍ୟାନ ରୋହିତ୍ ଶର୍ମା,ବିରାଟ କୋହଲି, ଯଶ୍ବସୀ ଜବରଦସ୍ତ ଫର୍ମରେ ଅଛନ୍ତି। ଜୁନରେ ଆରମ୍ଭ୨୦୨୪ ଟି-୨୦ ମହାସମରରେ ଭାରତ ଚାମ୍ପିୟନ ହେଉ, ଏବଂ ବିଶ୍ୱକପ ଟ୍ରଫି ହାସଲ କରୁ ବୋଲି ଆଶା ରଖିଛନ୍ତି ଫ୍ୟାନ୍ ଫଲୋର୍ସ।