ଭାରତରେ ଜାତୀୟ ଶିକ୍ଷା ନୀତିକୁ ୩ ବର୍ଷ ପୂରିଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ସମ୍ବାଦପତ୍ରରେ ଆର୍ଟିକିଲ ଲେଖି ଜାତୀୟ ଶିକ୍ଷା ନୀତିର ଗୁରୁତ୍ବ ବୁଝାଇଛନ୍ତି । ଜ୍ଞାନ ହେଉଛି ଶକ୍ତି, ଭାରତରେ ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ ହୋଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତ ୩ ବର୍ଷରେ ଜାତୀୟ ଶିକ୍ଷା ନୀତିରେ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି । ଭାରତର ଇତିହାସରେ ପ୍ରଥମ ଥର ପାଇଁ, ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା ଆନୁଷ୍ଠାନିକ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ସମନ୍ବିତ ହୋଇଛି । ଏହାବ୍ୟତୀତ ପ୍ରାରମ୍ଭିକ ପର୍ୟ୍ୟାୟରେ ପ୍ରଥମ ଜାତୀୟ ପାଠ୍ୟକ୍ରମ ଫ୍ରେମଓ୍ୱାର୍କର ବିକାଶରେ ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି।