Saturday, May 10, 2025
No Result
View All Result
Odisha 365

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home କ୍ରୀଡା

ଆଜିର ଦିନରେ ଇତିହାସ ରଚିଥିଲା ଭାରତୀୟ ହକି ଟିମ୍ 

param by param
Jul 29, 2023, 06:00 pm GMT+0530
FacebookTwitterWhatsAppTelegram

 ନ୍ୟୁଜ 365 (ବ୍ୟୁରୋ): ଅଲିମ୍ପିକ୍ସର କଥା ଆଲୋଚନା ହେଲେ ଆଖି ସାମ୍ନାକୁ ଚାଲିଆସେ ଭାରତୀୟ ହକିର ସ୍ୱର୍ଣ୍ଣିମ ଇତିହାସ। ଗର୍ବରେ ଫୁଲିଉଠେ ଛାତି । ପଡ଼ିଆରେ ଦେହରୁ ଝାଳ ନିଗାଡ଼ି ବିଜୟ ବାନା ଉଡ଼ାଇଥିବା ପ୍ରତିଟି ଖେଳାଳିଙ୍କୁ କୋଳାଗ୍ରତ କରିବାକୁ ଇଚ୍ଛାହୁଏ । ସୁନା ପୁଅଙ୍କ ପାଇଁ ମନରେ ଜାଗିଉଠେ ଅହେତୁକ ସ୍ନେହ ଆଉ ପ୍ରେମ । କାରଣ ଏବେସୁଦ୍ଧା ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ମୋଟ ୮ଟି ସ୍ୱର୍ଣ୍ଣପଦକ ହାତେଇସାରିଛି । ୧୯୨୮ର ଅଲିମ୍ପିକ୍ସ ହେଉ ଅବା ୨୦୨୧ର ଟୋକିଓ ଅଲିମ୍ପିକ୍ସ ସବୁଠି ଦର୍ଶକଙ୍କ ମନ ଜିତିଛି ଭାରତୀୟ ହକି ଟିମ୍ । ଆସନ୍ତୁ ଜାଣିବା ଅଲିମ୍ପିକ୍ସରେ ଭାରତୀୟ ହକିର ‘ସ୍ୱର୍ଣ୍ଣିମ ଇତିହାସ’ ବିଷୟରେ ।

୧୯୨୮ ମସିହାରେ ଭାରତର ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଇଥିଲା । ଆଉ ସେହିଠାରୁ ଆରମ୍ଭ ହୋଇଥିଲା ଭାରତୀୟ ହକି ଦଳର ସୁବର୍ଣ୍ଣ ଯୁଗ । ସବୁ ଦଳକୁ ପଛରେ ପକାଇ ଭାରତୀୟ ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସୁନା ପଦକ ଜିତିଥିଲା। ୧୯୨୮ ମସିହା ମେ ୨୬ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ସାମ୍ନାରେ ଥିଲା ନେଦରଲାଣ୍ଡ । ଫାଇନାଲ ମ୍ୟାଚରେ ଭାରତର କ୍ୟାପଟେନ୍ ଜୟପାଲ ସିଂହ ମଧ୍ୟ ଖେଳିନଥିଲେ । ଫିରୋଜ ଖାନ ଆଉ ସୌକତ ଅଲ୍ଲୀଙ୍କ ଭଳି ଖେଳାଳି ଆହତ ଓ ଜ୍ୱରରେ ପଡିଥିଲେ । ଭଲ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ଭାରତୀୟ ହକିର ଷ୍ଟାର ଧ୍ୟାନଚାନ୍ଦ। ନେଦରଲ୍ୟାଣ୍ଡକୁ ୩-୦ରେ ହରାଇ ବାଜି ମାରିନେଇଥିଲା ଦଳ । ବିଦେଶ ମାଟିରେ ଜିତିଥିଲା ପ୍ରଥମ ସ୍ୱର୍ଣ୍ଣପଦକ ।

୧୯୨୮ ପରେ ୧୯୩୨ ମସିହାରେ ଆରମ୍ଭ ହୋଇଥିଲା ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ। ୧୯୨୯ ମସିହାର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କେବଳ ୩ଟି ଦେଶର ହକି ଟିମ୍ ଏହି ଅଲିମ୍ପିକ୍ସରେ ଭାଗ ନେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଭାରତୀୟ ହକି ଦଳ ମଧ୍ୟ ନିଜର ଦବଦବା ଜାରି ରଖିଥିଲା । ପ୍ରଥମ ମ୍ୟାଚରେ ଦଳ ୧୧-୧ ଗୋଲରେ ଜାପାନକୁ ହରାଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚରେ ମଧ୍ୟ ଆମେରିକାକୁ ୨୪-୧ ଗୋଲରେ ହରାଇଥିଲା ଭାରତୀୟ ଦଳ, ଆଉ ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଜିତିଥିଲା ସ୍ୱର୍ଣ୍ଣପଦକ।

୧୯୨୮ ଏବଂ ୧୯୩୨ ମସିହାର ସଫଳତା ପରେ ଷ୍ଟାର ଖେଳାଳି ଧ୍ୟାନଚାନ୍ଦଙ୍କ କ୍ୟାପଟେନସିପରେ ୧୯୩୬ ବର୍ଲିନ୍ ଅଲିମ୍ପିକ୍ସରେ ଭାଗ ନେଇଥିଲା ଭାରତୀୟ ଦଳ । ଲିଗ ଷ୍ଟେଜରେ ଦମଦାର ବିଜୟ ସହ ଫାଇନାଲରେ ପହଂଚିଥିଲା ଦଳ । ସେପଟେ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ପହଂଚିଥିଲା ଜର୍ମାନୀ । ଭାରତ ୮-୧ ବ୍ୟବଧାନରେ ଜର୍ମାନୀକୁ ହରାଇ ପୁଣି ଥରେ ଜିତିଥିଲା ସ୍ୱର୍ଣ୍ଣପଦକ । ଏହି ବିଜୟ ପରେ ହିଟଲର ଧ୍ୟାନଚାନ୍ଦଙ୍କୁ ତାଙ୍କ ସହ ଭୋଜନ କରିବା ପାଇଁ ନିମନ୍ତ୍ରଣ ଦେବା ସହିତ ଜର୍ମାନୀ ତରଫରୁ ଖେଳିବାକୁ ପ୍ରସ୍ତାବ ଦେଇଥିଲେ । ଏପରିକି ତାଙ୍କୁ ଜର୍ମାନ ସେନାର କର୍ନଲ ପଦ ମଧ୍ୟ ଅଫର ଦେଇଥିଲେ, ମାତ୍ର ସମସ୍ତ ଅଫରକୁ ପାଦରେ ଏଡ଼େଇ ଦେଇଥିଲେ ହକିର ଯାଦୁଗର ଧ୍ୟାନଚାନ୍ଦ। ଏହା ଥିଲା ଧ୍ୟାନଚାନ୍ଦଙ୍କର ଶେଷ ଅଲିମ୍ପିକ୍ସ। ଏଥିରେ ସେ ମୋଟ ୧୩ଟି ଗୋଲ ଦେଇଥିଲେ।

୧୯୪୭ ମସିହାରେ ସ୍ୱାଧୀନତା ଲାଭ କଲା ଭାରତ। ତାର ଗୋଟିଏ ବର୍ଷ ପରେ ଅର୍ଥାତ ୧୯୪୮ ମସିହାରେ ଆୟୋଜିତ ହେଲା ଲଣ୍ଡନ ଅଲିମ୍ପିକ୍ସ । ଏହି ଅଲିମ୍ପିକ୍ସରେ ଭାରତ ଓ ପାକିସ୍ତାନ ଅଲଗା ଅଲଗା ଦଳ ଭାବେ ଭାଗ ନେଲେ । ଖେଳାଳି ମଧ୍ୟ ଭାଗ ଭାଗ ହୋଇଯାଇଥିବାରୁ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ କିପରି ରହୁଛି ତା ଉପରେ ଥିଲା ସମସ୍ତଙ୍କ ନଜର। ମାତ୍ର ଆରମ୍ଭରୁ ହିଁ ଦଳ ଦେଖାଇଥିଲା ନିଜର ଦମ୍। ଭାରତ ଅଷ୍ଟ୍ରିଆ, ଆର୍ଜେଣ୍ଟିନା ଆଉ ସ୍ପେନକୁ ହରାଇ ସେମିଫାଇନାଲରେ ପହଞ୍ଚିଥିଲା। ପରେ ନେଦରଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଥିଲା । ଫାଇନାଲରେ ଭାରତୀୟ ଟିମ୍ ଆଗରେ ଥିଲା ଗ୍ରେଟ୍ ବ୍ରିଟେନ୍। ଟିମ୍ ଇଣ୍ଡିଆ ୪-୦ ଗୋଲରେ ବ୍ରିଟେନକୁ ହରାଇ ଦୀର୍ଘବର୍ଷର ପରାଧୀନତାର ବଦଲା ନେଇଥିଲା ।

ପରେ ୧୯୫୨ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିଲା ଭାରତୀୟ ଟିମ୍ ।ଏହା ଥିଲା ଭାରତୀୟ ହକି ଟିମର ପଂଚମ ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ନେଦରଲାଣ୍ଡକୁ ୬-୧ ଗୋଲରେ ହରାଇଥିଲା ଭାରତ। ଏଥିରେ ଏକାକି ୫ଟି ଗୋଲ ଦେଇଥିଲେ ବଲବୀର ସିଂହ। ଏହାପରେ ୧୯୫୬ ମେଲବର୍ଣ୍ଣ ଅଲିମ୍ପିକ୍ସରେ ମଧ୍ୟ ସମାନ ଇତିହାସକୁ ଦୋହରାଇଥିଲା ଭାରତ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ମୁହାମୁହିଁ ହୋଇଥିଲେ ଭାରତ ଆଉ ପାକିସ୍ତାନ । ଯାହାକି ବେଶ ରୋମାଂଚକର ହୋଇଥିଲା । ଫାଇନାଲ ମ୍ୟାଚରେ ଭାରତ ପାକିସ୍ତାନକୁ ୧-୦ ଗୋଲରେ ହରାଇ ଛଅ ଥର ପାଇଁ ସ୍ୱର୍ଣ୍ଣପଦକ ହାସଲ କରିଥିଲା ।

୧୯୬୦ ମସିହାର ରୋମ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ପ୍ରଥମ ଥର ପାଇଁ ନିରାଶ ହୋଇଥିଲା । ଆଉ ଫାଇନାଲରେ ପାକିସ୍ତାନଠାରୁ ପରାସ୍ତ ହୋଇ ରୌପ୍ୟପଦକରେ ନିଜକୁ ସନ୍ତୁଷ୍ଟ କରିଥିଲା । ଦଳ ଫାଇନାଲ ପର୍ଯ୍ୟନ୍ତ ଯିବା ପାଇଁ ସବୁଦଳକୁ ହରାଇଥିଲେ ମଧ୍ୟ ଫାଇନାଲରେ ପାକିସ୍ତାନଠୁ ହାରି ଯାଇଥିଲା । ଆଉ ଲଗାତାର ୭ମ ଥର ସ୍ୱର୍ଣ୍ଣ ବିଜୟର ସ୍ୱପ୍ନ ଭାରତୀୟ ଟିମର ଧ୍ୱଂସ ହୋଇଯାଇଥିଲା । ହେଲେ ଏହି ପରାଜୟର ବଦଲା ଟିମ୍ ଇଣ୍ଡିଆ ଆଗାମୀ

୧୯୬୦ ମସିହାର ରୋମ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍ ନିରାଶ ହେବା ପରେ ୧୯୬୪ ମସିହା ଟୋକିଓ ଅଲିମ୍ପିକ୍ସରେ ସଫଳତା ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଦୁଇ ଫେଭରେଟ୍ ଟିମ୍ ଭାରତ ଓ ପାକିସ୍ତାନ। ଭାରତ ଏହି ମ୍ୟାଚରେ ୧-୦ ଗୋଲରେ ପାକିସ୍ତାନକୁ ଚକମା ଦେଇ ପୁଣି ଥରେ ଲେଖିଥିଲା ସ୍ୱର୍ଣ୍ଣିମ ଇତିହାସ ।

୨୦୨୦ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ମସ୍କୋ ଅଲିମ୍ପିକ୍ସ ଏକମାତ୍ର ଶେଷ ଅଲିମ୍ପିକ୍ସ ଥିଲା ଯେଉଁଥିରେ ଭାରତୀୟ ହକି ଟିମ୍ ମେଡାଲ ଜିତିଥିଲା । ଆଉ ତାପରେ ୨୦୨୦ ମସିହା ପର୍ଯ୍ୟନ୍ତ ଭାରତୀୟ ହକି ଟିମ୍ କୌଣସି ଅଲିମ୍ପିକ୍ସରେ ମେଡାଲ ଜିତିପାରିନଥିଲା । ୧୯୮୦ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପୁଣି ଇତିହାସର ପୁରୁଣା ପୃଷ୍ଠାକୁ ଲେଉଟାଇଥିଲା । ସବୁ ଦଳକୁ ମାତ୍ ଦେଇ ରୋମାଞ୍ଚକର ଫାଇନାଲ ମ୍ୟାଚରେ ସ୍ପେନକୁ ହରାଇ ଅଷ୍ଟମ ଥର ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲା ଭାରତୀୟ ଦଳ।

ଜୟପାଲ ସିଂହଙ୍କ ଠାରୁ ଧ୍ୟାନଚାନ୍ଦ ଏବଂ ବାସୁଦେବନ ଭାସ୍କରନଙ୍କ ଠାରୁ ମନପ୍ରୀତ ସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ଦେଖାଇଛନ୍ତି ନିଜର ଖେଳୁଆଡ଼ ମନୋଭାବ । ଏହି ଖେଳାଳିମାନଙ୍କର ଅଧିନାୟକତ୍ୱରେ ଭାରତ ଅଲିମ୍ପିକ୍ସ ଇତିହାସରେ ଲେଖିଛି ନୂଆ ଅଧ୍ୟାୟ । ୮ ଥର ସ୍ୱର୍ଣ୍ଣପଦକ ଜିତି ହକି ଇତିହାସକୁ ଏମାନେ କରିଛନ୍ତି ରୁଦ୍ଧିମନ୍ତ । ଭାରତୀୟ ହକି ଦଳ ଅଲିମ୍ପିକରେ ଏମିତି ସ୍ୱର୍ଣ୍ଣିମ ଅଧ୍ୟାୟ ସବୁ ଯୋଡ଼ିଚାଲୁ ଏହାହିଁ ହକିପ୍ରେମୀଙ୍କ କାମନା ।

Tags: NULL
ShareTweetSendShare

RelatedNews

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା
Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ
Latest News

ଚେନ୍ନାଇ ସୁପର କିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ
Latest News

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ରବିଚନ୍ଦ୍ରନ ଅଶ୍ୱିନ

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ
Latest News

ଆଇସିସି ମହିଳା ବିଶ୍ବକପ ଖେଳି ପାରିବନି ପାକିସ୍ତାନ

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ
Latest News

ଗୌତମ ଗମ୍ଭୀରଙ୍କୁ ‘ଆଇଏସଆଇଏସ କାଶ୍ମୀର’ ସଂଗଠନରୁ ହତ୍ୟା ଧମକ

Latest News

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଏସ-୪୦୦ କିପରି କାର୍ଯ୍ୟ କରେ, ଶତ୍ରୁକୁ ବିନାଶ କରିବାରେ ସିଦ୍ଧହସ୍ତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ପାକିସ୍ତାନ ଓ ଆତଙ୍କବାଦ: ଏକ ଆତ୍ମଘାତୀ ସମ୍ପର୍କ

ଅପରେସନ ସିନ୍ଦୂର: ନାରୀ ଶକ୍ତିର ପ୍ରତୀକ

ଭାରତର ଆକ୍ରମଣ ପରେ କେଉଁ ଦେଶ କଣ କହିଲେ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

ଅପରେସନ ସିନ୍ଦୁର ଏବେ ସବୁଠି ଉତ୍ସାହର ମାହୋଲ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.