ନ୍ୟୁଜ 365 (ବ୍ୟୁରୋ): ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୫.୮ ମ୍ୟାଗ୍ନିଚ୍ୟୁଡ ରହିଥିବା ଜଣାପଡିଛି । ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜିର ରିପୋର୍ଟ ଅନୁସାରେ, ଦ୍ୱୀପରେ ଭୂକମ୍ପର କେନ୍ଦ୍ରସ୍ଥଳ ୬୯ କିଲୋମିଟର ଗଭୀରରେ ରହିଛି। ଏହାପୂର୍ବରୁ ଜୁଲାଇ ୯ରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କ୍ୟାମ୍ପବେଲ ବେ ଦକ୍ଷିଣ-ପୂର୍ବରେ ୫.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ତେବେ ଭୁକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।