ନ୍ୟୁଜ ୩୬୫ (ବ୍ୟୁରୋ): ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଚାହାଁନ୍ତି । ଏଥିପାଇଁ ଯଥେଷ୍ଟ ପାଣି ପିଇବା ନିହାତି ଆବଶ୍ୟକ। ଆପଣ ଜାଣନ୍ତି କି ଧନୀ ଶ୍ରେଣୀର ଲୋକେ ଖଣିଜଯୁକ୍ତ ଶୁଦ୍ଧ ଜଳ ପିଇବାକୁ ବେଶ୍ ପସନ୍ଦ କରନ୍ତି। କ୍ରିକେଟର୍ ବିରାଟ କୋହଲି ମଧ୍ୟ ଫ୍ରାନ୍ସରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ରପ୍ରକାର ପାଣି ପିଅନ୍ତି, ଯାହାର ଲିଟର୍ ପ୍ରତି ମୂଲ୍ୟ ପ୍ରାୟ ୪,୨୦୦ ଟଙ୍କା ରହିଛି । ସୂଚନାଅନୁଯାୟୀ ,ବିରାଟ ବର୍ଷକୁ ପାଣି ବାବଦରେ ୪ରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି।
ହେଲେ ଆପଣ ଜାଣନ୍ତି କି , ବିଶ୍ବରେ ସବୁଠାରୁ ମହଙ୍ଗା ପାଣିର ମୂଲ୍ୟ ହେଉଛି ଲିଟର ପିଛା ୪୫ ଲକ୍ଷ ଟଙ୍କା। ଏହି ବ୍ରାଣ୍ଡର ନାମ ହେଉଛି ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନି। ଗିନିଜ୍ ବୁକ୍ରେ ଏହି ଜଳକୁ ବିଶ୍ବର ସବୁଠାରୁ ମହଙ୍ଗା ଜଳ ବ୍ରାଣ୍ଡ ଭାବରେ ସାମିଲ କରାଯାଇଛି। ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ, ୨୦୧୦ ମାର୍ଚ୍ଚ ୪ ତାରିଖରେ ଗୋଟିଏ ବୋତଲ ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିଗ୍ଲିଆନିର ନିଲାମ କରାଯାଇଥଲା।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ନିଲାମରେ ଏହା ୬୦,୦୦୦ ଆମେରିକୀୟ ଡଲାରରୁ ଊର୍ଦ୍ଧ୍ବ ଦାମ୍ରେ ବିକ୍ରି ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ଦାମ୍ ହେଉଛି ପ୍ରାୟ ୪୯ ଲକ୍ଷ ଟଙ୍କା। ଏହି ଜଳ ମହଙ୍ଗା ହେବା ପଛର କାରଣ ହେଉଛି, ଏହି ପାଣିର ପ୍ରତ୍ୟେକ ବୁନ୍ଦାରେ ସ୍ବର୍ଣ୍ଣଭସ୍ମ ଥାଏ। ସେଥିପାଇଁ ଏହି ଜଳ ବିଶ୍ୱର ସବୁଠାରୁ ମହଙ୍ଗା ପାଣି ହୋଇଥାଏ ।