ଆଠଗଡ଼ରେ ବଢିଚାଲିଛି ମଦ ମାଫିଆଙ୍କ ଦୌରାତ୍ମ୍ୟ। ରେଡ୍ ବେଳେ ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ମଦ ମାଫିଆ। ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ମରଣାନ୍ତକ ଆକ୍ରମଣରେ ଆଠଗଡ଼ ଅବକାରୀ ବିଭାଗର ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ଚାରାମ ମଦ କାରବାର ଚାଲିଛିବା ଖବର ପାଇ ଅବକାରୀ ଟିମ୍ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ଚଢ଼ାଉ ପାଇଁ ଯାଇଥିଲେ । ଏହି ସମୟରେ ମଦ ମାଫିଆ ଠେଙ୍ଗା, ଖଣ୍ଡା ଓ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲେ । ଜଙ୍ଗଲ ମଧ୍ୟରେ ଅବକାରୀ କର୍ମଚାରୀଙ୍କୁ ଘରାବନ୍ଦୀ କରିଥିଲେ ମାଫିଆ । ଆଠଗଡ଼ ଅବକାରୀ ବିଭାଗ, କଟକ ମୋବାଇଲ୍ ସ୍କ୍ବାଡ ଓ ଫାଇନ ସ୍କ୍ଵାଡ ପକ୍ଷରୁ ମିଳିତ ଭାବେ ଚଢାଉ କରିଥିଲା । ହେଲେ ଏଟିକି ବେଳେ ମଦ ମାଫିଆମାନେ ସଂଘବଦ୍ଧ ହୋଇ ରେଡ୍ ବେଳେ ଅବକାରୀ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଖଣ୍ଡାରେ ଆକ୍ରମଣ ସହ ଅବକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଦ ମାଫିଆଙ୍କୁ ଖୋଜୁଛି।