ନ୍ୟୁଜ ୩୬୫ (ବ୍ୟୁରୋ): ଆଜିକାଲି ସମସ୍ତେ ନିଜ ଘରକୁ ବିଭିନ୍ନ ଗଛ ପତ୍ରରେ ସଜାଇବାକୁ ବେଶ୍ ପସନ୍ଦ କରନ୍ତି । ଅନେକ ଫୁଲ ଗଛ ବା ଶୋ ଗଛ ମଧ୍ୟରୁ ମନିପ୍ଲାଣ୍ଟ ଗଛ ଅନ୍ୟତମ । ନାଁ ଯେମିତି କାମ ବି ସେମିତି । ଏହି ଗଛକୁ ଲଗାଇବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଘରେ ସୁଖ-ସମୃଦ୍ଧି ଭରି ରହିଥାଏ। ଧନର ଆଗମନ ସହ ଧନ ପ୍ରାପ୍ତି ପାଇଁ ଲୋକେ ଏହାକୁ ଘରେ ଲଗାଇ ଥାଆନ୍ତି। ମନିପ୍ଲାଣ୍ଟ ଗଛ ଲଗାଇବାବେଳେ ଅନେକ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । ଯେମିତି କି ମନିପ୍ଲାଣ୍ଟକୁ କଦାପି ଉପରୁ ତଳ ଆଡକୁ କରି ରଖନ୍ତୁ ନାହିଁ। ଏହାକୁ ସଦା ସର୍ବଦା ତଳୁ ଉପର ଆଡକୁ ରଖନ୍ତୁ। ଏହାକୁ ନୀଳ ରଙ୍ଗର ବୋତଲରେ ପାଣିରେ ପକାଇ ଏକ ଚାନ୍ଦି ଟଙ୍କା ପକାଇ ଘରର ଉତ୍ତର ଦିଗରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହେବାସହ, ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ । ଘରର ପୂଜା ଘରେ ଏକ ପାତ୍ରରେ ପାଣିରେ ମନିପ୍ଲାଣ୍ଟକୁ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଏହାସହ ସପ୍ତାହକୁ ଥରେ ଗଛର ପାଣିକୁ ବଦଳାନ୍ତୁ ।
ଆପଣ ମନିପ୍ଲାଣ୍ଟ ଗଛକୁ କାହାଠାରୁ କିଣିକି କିମ୍ବା ନର୍ସରୀରୁ ଆଣିକି କିମ୍ବା କୈାଣସି ରାସ୍ତା କଡ଼ରୁ କି ଅନାବନା ସ୍ଥାନରୁ ଆଣି ଲଗାନ୍ତୁ ନାହିଁ। ଏହି ଗଛ ଆଣିବାର ଅଛି ତ ଯାହା ପାଖରେ ଏହି ଗଛ ଅଛି ତାଙ୍କ ଠାରୁ ଆଣି ଲଗାନ୍ତୁ। ମନିପ୍ଲାଣ୍ଟକୁ କେବେବି ଐଶାନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ରଖନ୍ତୁ ନାହିଁ ଏହାଦ୍ୱାରା ଧନବେୟ ,ଶରୀର ଏବଂ ସମ୍ପର୍କ ମଧ୍ୟରେ ନକରାତ୍ମକ ପ୍ରଭାବ ପଡିଥାଏ।ଏହି ଗଛକୁ ଘରର ପୂର୍ବ ଦକ୍ଷିଣ କିମ୍ବା ଆଗ୍ନେୟ କୋଣରେ ଲଗାନ୍ତୁ।