ନ୍ୟୁଜ 365 (ବ୍ୟୁରୋ): ଜୁଲାଇ ଶେଷ ହେବାକୁ ଖୁବ କମ ଦିନ ଅଛି । କିନ୍ତୁ କାଲିଫର୍ନିଆର ପର୍ବତଗୁଡ଼ିକରେ ଏବେବି ବରଫରେ ଢାଙ୍କି ହୋଇରହିଛି। ଯାହାକୁ ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ, ପାଣିପାଗ ବିଜ୍ଞାନୀମାନେ ଜୁନ୍ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କାଲିଫର୍ନିଆର ସିଆରା ନେଭାଡାର ଅନେକ ଅଞ୍ଚଳରେ ବରଫରେ ଢାଙ୍କି ହୋଇରହିଛି। ଏକ ରିପୋର୍ଟ ଅନୁଯାୟୀ, ୨୦୨୨ର ଆକଳନ ତୁଳନାରେ ଚଳିତ ବର୍ଷ କାଲିଫର୍ନିଆର ପାର୍ବତ୍ୟରେ ବରଫ ଗ୍ରୀଷ୍ମ ପ୍ରବାହରେ ଅଧିକ ସମୟ ଧରି ରହିଛି। ରିପୋର୍ଟରେ ଦର୍ଶାଯାଇଛି, ଜୁଲାଇ ୨୧ରେ, ଉଭୟ ଦକ୍ଷିଣ ଏବଂ କେନ୍ଦ୍ରୀୟ ସିଆରା ଅଞ୍ଚଳରେ ତୁଷାରପାତ ସେହି ତାରିଖ ପାଇଁ ହାରାହାରି ୧ ହଜାର ପ୍ରତିଶତ ରହିଛି। ତୁଷାର ଆଚ୍ଛାଦନ ସମ୍ଭବତଃ ଶୀତ ଏବଂ ବସନ୍ତରେ କମ୍ ରହିଥିଲା। ଯଦି ଏହି ସମୟରେ ବରଫ ତରଳିବ ତେବେ ପଥଚାରୀମାନେ ଅସୁବିଧାରେ ପଡ଼ିବେ। ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି।