ନ୍ୟୁଜ ୩୬୫ (ବ୍ୟୁରୋ:ହତ୍ୟା,ଆତ୍ମବଡିମା ହିଁ ପ୍ରଥମ ବିଶ୍ବ ଯୁଦ୍ଧର କରିଥିଲା ସୂତ୍ରପାତ। ରକ୍ତରେ ଭିଜିଥିଲା ମାଟି, ଗର୍ଜିଥିଲା ଟ୍ୟାଙ୍କର,ଶୁଭିଥିଲା ବନ୍ଧୁକର ଗୁଡୁମ ଗୁଡୁମ ଶଦ୍ଦ,ଗଡିଥିଲା ମୁଣ୍ଡ,ବିଶ୍ବ ଯୁଦ୍ଧରେ ମୃତ୍ୟୁର ତାଣ୍ଡବ ଦେଖିଥିଲା ସାରା ବିଶ୍ବ। ୧୯୧୪ ମସିହା ଜୁଲାଇ ୨୮ ତାରିଖ ସାରା ବିଶ୍ବରେ ପଡିଥିଲା ଭାଲେଣି, ଆଜିର ଦିନରେ ଯୁଦ୍ଧ ଆରମ୍ଭ ହୋଇ୧୧ନଭେମ୍ବର ୧୯୧୮ ମସିହାରେ ଶେଷ ହୋଇଥିଲା। ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ଯୁଦ୍ଧର ବିଭୀଷିକା ସାରା ବିଶ୍ବ ଦେଖିଥିଲା। ଏହି ଯୁଦ୍ଧ ପଛରେ ଥିଲା ହତ୍ୟା, ଆତ୍ମବଡିମା ,ବାଣିଜ୍ୟକ ଶତ୍ରୁତା । ଉପନିବେଶବାଦ ଓ ସାମ୍ରାଜ୍ୟବାକୁ ନେଇ ସୃଷ୍ଟି ହୋଇଥିଲା ଶତ୍ରୁତା। ପରସ୍ପର ପ୍ରତି ଅବିଶ୍ଵାସ ଉପୁଜିବା ଓ ଦେଶ ଦେଶ ମଧ୍ୟରେ ସାମରିକ ପ୍ରତିଯୋଗିତା ଫଳରେ ପ୍ରଥମ ବିଶ୍ଵଯୁଦ୍ଧର ହୋଇଥିଲା ସୂତ୍ରପାତ ।
ଅଷ୍ଟ୍ରିଆର ଯୁବରାଜ ଫର୍ଡିନାଣ୍ଡ ଓ ଯୁବରାଣୀ ସୋଫିଆକୁ ଜୁନ ୨୮, ୧୯୧୪ ମସିହାରେ ସର୍ବିଆର ଜଣେ ଆତତାୟୀ ବସନିଆ ଠାରେ ହତ୍ୟାକରିଥିଲା। ରାଜାଙ୍କୁ ହତ୍ୟା ଫଳରେ ସମସ୍ୟା ବଢ଼ି ବିଶ୍ବ ଯୁଦ୍ଧର ସୂତ୍ରପାତ କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ଯାହାକି ଇଉରୋପ ମହାଦେଶରେ କେନ୍ଦ୍ରିଭୂତ ହୋଇଥିଲା ।୧୯୧୪ମସିହାର ବିଶ୍ଵଯୁଦ୍ଧ ଏଯାବତ ପୃଥିବୀର ସବୁଠୁ ବଡ ଯୁଦ୍ଧ ଥିଲା । ପ୍ରାୟ ୩୬ ଟି ରାଷ୍ଟ୍ର ଏହି ଯୁଦ୍ଧରେ ଯୋଗ ଦେଇଥିଲେ। ଦୁଇପକ୍ଷର ପ୍ରାୟ ୬୫୦ ଲକ୍ଷରୁ ଅଧିକ ଲୋକ ଯୁଦ୍ଧରେ ଅଂଶ ଗ୍ରହଣ କରିଥିଲେ ଏବଂ ସେଥିରୁ ୧୩୦ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ,୨୨୦ ଲକ୍ଷ୍ୟରୁ ଅଧିକ ଆଘାତପ୍ରାପ୍ତ ହୋଇଥିଲେ । ଏବଂ ୭୦ ଲକ୍ଷରୁ ଅଧିକ ହରାଇଥିଲେ ଅଙ୍ଗପ୍ରତ୍ୟଙ୍ଗ। ଏହା ଥିଲା ପ୍ରଥମ ଯୁଦ୍ଧ ଯେଉଁଥିରେ ଟ୍ୟାଙ୍କର, ଉଡାଜାହାଜ, ବୁଡାଜାହାଜ, ବିଷାକ୍ତ ବାଷ୍ପ ଓ ଆକାଶରୁ ନିକ୍ଷେପ ହେଉଥିବା ବୋମା ଭଳି ଏକ ନୂତନ ଓ ଆଧୁନିକ ଅସ୍ତ୍ରଶସ୍ତ୍ର ବହୁ ସଂଖ୍ୟାରେ ପ୍ରୟୋଗ କରାଯାଇଥିଲା ।
ଏହି ଯୁଦ୍ଧରେ ବିଶ୍ୱର ଅର୍ଥନୈତିକ ମହାଶକ୍ତିମାନେ ପରସ୍ପର ବିରୋଧରେ ମେଣ୍ଟ କରିଥିଲେ। ସାରା ବିଶ୍ବ ୨ଟି ଗୋଷ୍ଠୀରେ ହୋଇଥିଲା ବିଭକ୍ତ। ଗୋଟିଏ ଥିଲା ଏଲିଡି ପାଓ୍ବାର ଅନ୍ୟଟି ଥିଲା ସେଣ୍ଟ୍ରେରାଲ ପାଓ୍ବାର। ଏଲିଡି ପାଓ୍ବାର ଗ୍ରୁପରେଫ୍ରାନ୍ସ,ଇଉଏସ,ଋଷିଆ,ଇଉକେ,ଇଟାଲି,ଜାପାନ,ସରବିଆ,ବେଲଜିୟମ,ଫର୍ତୁଗାଲ,ରୋମାନିଆ ରହିଥିବାବେଳେ ସେଣ୍ଟ୍ରାଲ ପାଓ୍ବାର ଗ୍ରୁପରେ ଜର୍ମାନୀ, ଅଷ୍ଟ୍ରିଆ,ହଙ୍ଗେରୀ,ବୁଲଗେରିଆ ଆଦି ଦେଶ ରହିଥିଲେ। ବିଶେଷ କରି ଜର୍ମାନୀ, ଅଷ୍ଟ୍ରିଆ,ହଙ୍ଗେରୀ ବିପକ୍ଷରେ ଜାପାନ ଫ୍ରାନ୍ସ,ଇଂଲଣ୍ଡ, ଋଷିଆ ଲଢେଇ ଜାରିରଖିଥିଲେ।
୧୯୧୪ ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ ସର୍ବିଆ ଉପରେ ଆକ୍ରମଣ କରି ସର୍ବିଆ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା । ଏହାର ତିନିଦିନ ପରେ ରୁଷିଆ ଅଷ୍ଟ୍ରିଆ ବିରୋଧରେ ଯୁଦ୍ଧ ଘୋଷଣା କରିବା ସଙ୍ଗେ ସଙ୍ଗେ ଅଗଷ୍ଟ ମାସ ୧ତାରିଖରେ ଜର୍ମାନୀ ରୁଷିଆ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା । ଅଗଷ୍ଟ ୩ ତାରିଖରେ ଜର୍ମାନୀ ଫ୍ରାନ୍ସ ବିରୋଧରେ ଯୁଦ୍ଧ ଘୋଷଣା କଲା । ବେଲଜିଅମ ଦେଶ ଅତିକ୍ରମ କରି ଫ୍ରାନ୍ସ ଆଡକୁ ଅଗ୍ରସର ହେବା ପାଇଁ ଜର୍ମାନୀ, ସୈନ୍ୟବାହିନୀ ଉଦ୍ୟମ କରିଥିଲେ, ବେଲଜିଅମ ନିରପେକ୍ଷତା ଅବଲମ୍ବନ କରିବାରୁ ଅଗଷ୍ଟ ୪ ତାରିଖ ମଧ୍ୟରାତ୍ରରେ ଇଂଲଣ୍ଡ,ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା । ଏହିପରି ଭାବରେ ଅଷ୍ଟ୍ରିଆ ଓ ସର୍ବିଆ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଧୀରେ ଧୀରେ ଅନେକ ଦେଶ ଜଡିତ ହେବାପରେ ଏହା ପ୍ରଥମ ବିଶ୍ଵଯୁଦ୍ଧରେ ପରିଣତ ହୋଇଥିଲେ ।
ଏହି ଯୁଦ୍ଧ ଶାନ୍ତି ମୈତ୍ରୀ ଓ ଭ୍ରାତୃତ୍ଵକୁ ବିପନ୍ନ କରିବା ସହ ସାମାଜିକ, ଅର୍ଥନୈତିକ ଜୀବନ କରିଥିଲା ବିପର୍ୟ୍ୟସ୍ତ। ଇଉରୋପୀୟ ଦେଶମାନେ ପରସ୍ପର ପ୍ରତି ଇର୍ଷା ଓ ହିଂସାଭାବ ଆପଣେଇଥିଲେ। ଯାହା ବିଶ୍ବ ପାଇଁ ବିପଦ ଆଣିଦେଇଥିଲା। ଏହି ଯୁଦ୍ଧରେ ଇଂଲଣ୍ଡ .ରୁଷିଆ .ଫ୍ରାନ୍ସ .ବେଲଜିୟମ .ସର୍ବିଆ.ଜର୍ମାନ.ଇଟାଲୀ ଓ ଆମେରିକା ମିତ୍ରଶକ୍ତି ଭାବେ ଓ ଅନ୍ୟପକ୍ଷରେ ଜର୍ମାନୀ ଅଷ୍ଟ୍ରିଆ .ହଗେଂରୀ .ତୁର୍କୀ ଓ ବୁଲଗେରିୟା କେନ୍ଦ୍ରଶକ୍ତିଭାବେ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ ।ପ୍ରଥମଥର ପାଇଁ ବୈଜ୍ଞାନିକ ଯନ୍ତ୍ରପାତି ଓ ଯୁଦ୍ଧ ସରଞାମ ବ୍ୟବହୃତ ହୋଇଥିଲା । ଏଥିରେ ପ୍ରାୟତଃ ୯ ନିୟୁତ ଲୋକ ମୃତ୍ୟବରଣ କରିଥିଲା ବେଳେ ୨୯ ନିୟୁତ ଲୋକ ଆହତ ହୋଇଥିଲେ ।ରାଷ୍ଟ୍ରମାନଙ୍କ ମଧ୍ୟରେ ଆନ୍ତର୍ଜାତିକତାବାଦର ବିକାଶ ଘଟିବା ଫଳରେ ଭବିଷ୍ୟତରେ ଏଭଳି ଯୁଦ୍ଧର ଆଶଙ୍କାକୁ ଦୂର କରି ଶାନ୍ତିପୂର୍ଣ୍ଣ ସହବାସ୍ଥାନ ଅବଲମ୍ବନ କରିବା ଉଦ୍ଦେଶ୍ୟରେ ୧୯୧୯ମସିହାରେ ପ୍ୟାରିସ ଶାନ୍ତି ସମ୍ମିଳନୀ ଆୟୋଜିତ ହୋଇଥିଲା।
ଏହି ସମ୍ମିଳନୀରେ ସ୍ଵାକ୍ଷରିତ ହୋଇଥିବା ଚୁକ୍ତିଗୁଡିକ ମଧ୍ୟରେ ସବୁଠାରୁ ଦୀର୍ଘ ଓ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ଥିଲା ଫ୍ରାନ୍ସର ଭର୍ସାଇଠାରେ ଜର୍ମାନୀ ସହିତ ସ୍ଵାକ୍ଷରିତ ହୋଇଥିବା ଭର୍ସାଇ ଚୁକ୍ତି । ଏହି ଚୁକ୍ତିର ସର୍ତ୍ତଗୁଡିକ ଏକ ତରଫା, ନିର୍ଦ୍ଦେଶାତ୍ମକ ଓ ଅପମାନଜନକ ହୋଇଥିବାରୁ ଏହା ଜର୍ମାନୀରେ ପ୍ରତିଶୋଧପରାଣୟତା ସୃଷ୍ଟି କଲା ହିଟଲର,କ୍ଷମତାକୁ ଆସିବା ପରେ ପ୍ରଥମ ବିଶ୍ବ ଯୁଦ୍ଧ ପ୍ରତିଶୋଧ ସ୍ବରପ ଦ୍ବିତୀୟ ବିଶ୍ବ ଯୁଦ୍ଧ ମୁଣ୍ଡ ଟେକି ଉଠିଥିଲା। ପ୍ରଥମ ବିଶ୍ବ ଯୁଦ୍ଧ ପରେ ଆନ୍ତର୍ଜାତିକ ସ୍ତରରେ ଶାନ୍ତି ସ୍ଥାପନ ପାଇଁ ହୋଇଥିଲା ଜନ୍ମ ନେଇଥିଲା ଜାତିସଂଘ। ଏହା ଫଳସ୍ଵରୂପ ପ୍ୟାରିସ ଶାନ୍ତି ସମ୍ମିଳନୀ ବିଶ୍ଵର ଶାନ୍ତିକାମୀ ନେତୃବୃନ୍ଦମାନେ ମିଳିତ ହୋଇ ଶାନ୍ତି ଓ ନିରସ୍ତ୍ରୀକରଣ ପ୍ରତିଷ୍ଠା ଦିଗରେ ଗୁରୁତ୍ବ ଦେଇଥିଲେ। ପ୍ରଥମ ବିଶ୍ଵଯୁଦ୍ଧର ବିନାଶକାରୀ ପରିଣାମ ବିଭିନ୍ନ ରାଷ୍ଟ୍ରମାନଙ୍କର ଆଖି ଖୋଲିଗଲା । ପରସ୍ପର ମଧ୍ୟରେ ସହଯୋଗ ଓ ବନ୍ଧୁତା ବିନା ଶାନ୍ତି ଓ ସଦଭାଗ ପ୍ରତିଷ୍ଠା ହୋପାରିବନାହିଁ ବୋଲି ସେମାନେ ଅନୁଭବ କଲେ । ଆଜି ପ୍ରଥମ ବିଶ୍ବ ଯୁଦ୍ଧରେ ଘଟିଥିବା ଦିନରେ ସଭିଏଁ ନେବା ଶପଥ, ଆମେ ଯୁଦ୍ଧ ଚାହୁନା,ଆମେ ଚାହୁଁ ଶାନ୍ତି।