ନ୍ୟୁଜ 365 (ବ୍ୟୁରୋ):ହଁ ଆଜ୍ଞା ମୃତ୍ୟୁ ଏମିତିବି ଆସେ । ନିୟତିର ନିୟମବି ବଡ ବିଚିତ୍ର । ସ୍ବାମୀଙ୍କ ଶବ ନେଇ ଫେରୁଥିଲେ ସ୍ତ୍ରୀ ଓ ଦୁଇ ଝିଅ । ହେଲେ ଅଜଣା ଗାଡି ଧକ୍କାରେ ଚାଲି ଗଲା ମାଙ୍କ ସମେତ ଦୁଇ ଝିଅଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀ ମୌରାୱା ଥାନା ଅଧୀନସ୍ଥ ବିଲେଶ୍ବର ମନ୍ଦିର ନିକଟରେ । ଅଜି ଏକ ଆମ୍ବୁଲାନ୍ସ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହେବାପରେ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଜଣେ ମୃତ ବ୍ୟକ୍ତିଙ୍କ ସମେତ ତାଙ୍କର ସ୍ତ୍ରୀ ଓ ଦୁଇଝିଅ ଥିଲେ। ସୂଚନାଯୋଗ୍ୟ, ମୌରାୱା କସୱରେ ବସବାସ କରୁଥିବା
୭୩ବର୍ଷୀୟ ଧନିରାମଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହୋଇଥିଲା । ଫଳରେ ଚିକିତ୍ସା ପାଇଁ ତାଙ୍କୁ କାନପୁର ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଯୋଗେ ସ୍ତ୍ରୀ ପ୍ରେମା, ଝିଅ ମଞ୍ଜୁଲା ଓ ଅଞ୍ଜୁଲା ବାପାଙ୍କ ମୃତଶରୀର ନେଇ ଘରକୁ ଫେରୁଥିଲେ । ହେଲେ କିଏ ଜଣିଥିଲା ବାଟରେ ମୃତ୍ୟୁ ତାଙ୍କୁବି ଅପେକ୍ଷା କରିଛି ବୋଲି । ଉକ୍ତ ଆମ୍ବୁଲାନ୍ସକୁ ଦ୍ରୁତଗତିରେ ଆସୁଥିବା ଏକ ଅଜଣାଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଆମ୍ବୁଲାନ୍ସ ଚାଳକ ଗାଡ଼ିରୁ ଝିଟିକି ପଡ଼ିଥିଲେ । ଫଳରେ ଆମ୍ବୁଲାନ୍ସ ଯାଇ ଏକ ଗଛରେ ପିଇଥିଲାହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ମା ଓ ଦୁଇ ଝିଅଙ୍କର ଜୀବନ ଚାଲିଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।