ନ୍ୟୁଜ ୩୬୫ (ବ୍ୟୁରୋ):ବଲିଉଡର ବାଦଶାହ୍ ଶାହରୁଖ ଖାନ୍ । ସବୁବେଳେ ନିଜର ଦମ୍ଦାର ଅଭିନୟ ଓ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାଆନ୍ତି କିଙ୍ଗ୍ ଖାନ । ବଲିଉଡର ବାଦଶାହ କହିଲେ ସମସ୍ତେ ଶାହରୁଖ ଖାନ୍ଙ୍କୁ ଜାଣନ୍ତି । ହେଲେ ଆପଣ ଜାଣନ୍ତି କି ଶାହରୁଖଙ୍କର ଆଉ ଏକ ନାଁ ରହିଛି । ଏହି ନାଁ ପଛରେ ରହିଛି ଅନେକ ରହସ୍ୟ ରହିଛି । ସୂଚନା ମୁ୍ତାବକ ଶାହରୁଖ ଖାନ୍ ଓ ଗୌରୀ ଖାନ୍ ଏକ ଅନ୍ତର ଧାର୍ମିକ ବିବାହ କରିଛନ୍ତି । ଦୁହେଁ ପ୍ରଥମେ ଆର୍ଯ୍ୟ ସମାଜ ଅନୁଯାୟୀ ବିବାହ କରିଥିଲେ । ଏହାପରେ ନିକା ଏବଂ କୋର୍ଟ ମ୍ୟାରେଜ କରିଥିଲେ ଦୁଇ ଖାନ୍ । ଆର୍ଯ୍ୟ ସମାଜ ଅନୁଯାୟୀ ବିବାହ କରୁଥିବାବେଳେ ଶାହରୁଖ ଖାନ ତାଙ୍କ ନାଁ ‘ଜିତେନ୍ଦ୍ର କୁମାର ତୁଲି’ ରେ କରିଥିଲେ ପରିବର୍ତ୍ତନ । ସେହିପରି ଗୌରୀ ବିବାହ ସମୟରେ ନିଜ ।ମ ‘ଆୟେଶା’ ବାଛିଥିଲେ ।
ହେଲେ ଆପଣ ଜାଣନ୍ତି କିଙ୍ଗ୍ ଖାନ୍ କିହିିଁକି ନିଜର ନାମ ପରିବର୍ତ୍ତନ କରିଥିଲେ । ମୁସ୍ତାଖ୍ ଶେଖକ ପୁସ୍ତକ କାହାଣୀ ଶାହରୁଖ ଖାନ କି ଅନୁଯାୟୀ ଶାହରୁଖ ଖାନ ହିନ୍ଦୀ ଚଳଚିତ୍ର ଇଣ୍ଡଷ୍ଟ୍ରିର ନୁଇଜଣ ଭେଟେରାନ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏପରି ନାମ ବାଛିଥିଲେ । ଏହାସହ ତାଙ୍କ ଜେଜେ ମା ବିଶ୍ୱାସ କରୁଥିଲେ କି ଶାହରୁଖ ବଲିଉଡର ଅଭିନେତା ଜିତେନ୍ଦୟଙ୍କ ପରି ଦେଖାଯାଉଥିଲେ । ସେଥିପାଇଁ ଶାହରୁଖ ବିବାହ ସମୟରେ ନିଜ ନାଁ ‘ଜିତେନ୍ଦ୍ର କୁମାର ତୁଲି’ ରଖିଥିଲେ ।