ନ୍ୟୁଜ 365 (ବ୍ୟୁରୋ):ଫେଡେରାଲ ରିଜର୍ଭ ଅଫ୍ ଆମେରିକା ସୁଧହାରରେ କରିଛି ପରିବର୍ତ୍ତନ । ଆମେରିକା ଫେଡେରାଲ ରିଜର୍ଭ ପୁଣି ଥରେ ସୁଧହାରରେ ସୁଧାର କରିଛନ୍ତି। ଏଥିରେ ସୁଧହାରକୁ ୫.୨୫ ପ୍ରତିଶତରୁ ବଢାଇ ୫.୫୦ ପ୍ରତିଶତ କରିଛି । ଅନ୍ୟ ଦେଶ ତୁଳନାରେ ଆମେରିକା ନେଉଛି ଅଧିକ ସୁଧ । ଏହାର ଅର୍ଥ ଆମେରିକାରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଲାଗି ଋଣ ଉଧାର ନେବା ଅଧିକ ମହଙ୍ଗା ହୋଇଯିବ । ଭାରତରେ ଯେବେ ରିଜର୍ଭ ବ୍ୟାଙ୍କ ସୁଧହାର ବୃଦ୍ଧି କରନ୍ତି ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଆରବିଆଇଙ୍କ ଠାରୁ ଉଚ୍ଚ ସୁଧହାରରେ ଋଣ ନେବାକୁ ପଡିଥାଏ । ତେବେ ଏହା ଭାରତ ଉପରେ ପ୍ରଭୂାବ ପକାଇବ ।
ସାରା ବିଶ୍ୱରେ କେନ୍ଦ୍ରୀୟ ବ୍ୟାଙ୍କମାନେ ମୁଦ୍ରାସ୍ପିତି ନିୟନ୍ତ୍ରଣ ପାଇଁ ସୁଧହାର ବୃଦ୍ଧି ନିଷ୍ପତ୍ତି ନେଇଥାନ୍ତି । ଆମେରିକା ଫେଡେରାଲ ରିଜର୍ଭଙ୍କ ୧୨ଟି ବୈଠକରୁ ୧୧ଟିରେ ସୁଧହାର ବଢାଇଛନ୍ତି । ଏହାର ସବୁଠୁ ବଡ଼ ପ୍ରଭାବ ଦେଶର ମୁଦ୍ରାସ୍ପିତି ଉପରେ ପଡିଛି। ଏଥିରେ ଆମେରିକାରେ ମୁଦ୍ରାସ୍ପିତି ହ୍ରାସ ହୋଇଛି । ତେବେ ଏଥର ଅନୁଷ୍ଠିତ ବୈଠକରେ ଆମେରିକା ଫେଡେରାଲ ସେପ୍ଟେମ୍ବର ମାସରେ ହେବାକୁ ଥିବା ବୈଠକରେ ମଧ୍ୟ ସୁଧହାର ବଢେଇବେ ବୋଲି ଆଶଙ୍କା କରିଛନ୍ତି ଅର୍ଥନିତିଜ୍ଞ।
ତେବେ ଏହି ସୁଧହାର ବୃଦ୍ଧିର ପ୍ରଭାବ ଭାରତ ଉପରେବି ପଡିବ । ଯେବେବି ସୁଧହାର ସୁଧାର କରନ୍ତି ତାର ପ୍ରଭାବ ଭାରତ ଉପରେ ପଡିଥାଏ। ଏହା ଯୋଗୁ ଆମେରିକାରେ ଆର୍ଥିକ ବିକାଶ ଧିମା ହୋଇଥାଏ। କାରଣ ସୁଧହାର ବୃଦ୍ଧି ଯୋଗୁ ଆମେରିକାରେ ଋଣ ମହଙ୍ଗା ହୋଇଯାଇଥାଏ। ଯେତେବେଳେ ଆମେରିକା ଅର୍ଥ ବ୍ୟବସ୍ଥା ଧିମା ହୁଏ ସେତେବେଳେ ଏହାର ପ୍ରଭାବ ଭାରତୀୟ ଆଇଟି କମ୍ପାନୀଙ୍କ ଉପରେ ପଡିଥାଏ। ଭାରତୀୟ ଆଇଟି ଉଦ୍ୟୋଗ ପୂର୍ବରୁ ମାନ୍ଦାବସ୍ଥା ଭୋଗୁଛନ୍ତି। ଏଥିରେ ଫେଡେରାଲ ରିଜର୍ଭଙ୍କ ସୁଧହାର ବୃଦ୍ଧି ସେମାନଙ୍କ ଅବସ୍ଥାକୁ ଆହୁରି ଦୟନିୟ କରିବ ବୋଲି ଆଶଙ୍କା ରହିଛି ।
ଖାଲି ସେତିକି ନୁହେଁ ବରଂ ଭାରତୀୟ ସେୟାର ବଜାର ହେବ ପ୍ରଭାବିତ । ଆମେରିକା ଫେଡେରାଲ ରିଜର୍ଭଙ୍କ ସୁଧହାର ବୃଦ୍ଧିର ଆଉ ଏକ ପ୍ରଭାବ ଭାରତୀୟ ନିବେଶ ଉପରେ ମଧ୍ୟ ପଡିକପାରେ । ଏଣୁ ବିଦେଶୀ ପୋର୍ଟଫୋଲିଓ ନିବେଶକ ଭାରତରେ ସେମାନଙ୍କ ଷ୍ଟକ୍ ବିକ୍ରି କରିଦେଇ ପାରନ୍ତି ଓ ୟୁଏସ ବଣ୍ଡରେ ନିବେଶ କରିପାରନ୍ତି। ଏଣୁ ଭାରତୀୟ ସେୟାର ବଜାର ଏଥି ଯୋଗୁ ପ୍ରଭାବିତ ହୋଇପାରେ । ତେବେ ନେଇ ହ୍ରାସ ପାଇପାରେ ଭାରତୀୟ ମୁଦ୍ରାଭଣ୍ଡାର ।