ନ୍ୟୁଜ 365 (ବ୍ୟୁରୋ): ଆଜି କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି ଦେଶର ପ୍ରଧାନବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ । ଏନେଇ ବିବୃତି ଜାରି କରିଛନ୍ତି ସୁପ୍ରିମ୍ କୋର୍ଟ । ମଣିପୁରରେ ହିମସାକୁ ନେଇ୨ଜଣ ମହିଳାଙ୍କୁ ଉଲଗ୍ନ କରି ବାଟରେ ଚଲାଯିବା ମାମଲା ସମେତ ଆଉ କେତେକ ଗୁରୁତ୍ବପୂର୍ଣ୍ଣ ମାମଲା ପ୍ରଧାନବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଶୁଣାଣି କରାଯିବା ନେଇ ସୂଚନା ରହିଥିଲା ।
ଜାରି ହୋଇଥିବା ବିବୃତି ଅନୁସାରେ ଦେଶର ପ୍ରଧାନ ବିଚାରପତି ଆଜି ଅଦାଲତକୁ ଆସିବେ ନାହିଁ। ତେଣୁ, ୧ ନମ୍ବର କୋର୍ଟରେ ମାନ୍ୟବର ପ୍ରଧାନ ବିଚାରପତି ଏବଂ ବିଚାରପତି ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ବାତିଲ କରାଯାଇଥିବା ନେଇ ସୂଚନା ରହିଛି ।
ଶୁଣାଣି ଲାଗି ଉକ୍ତ ଖଣ୍ଡପୀଠଙ୍କ ନିମନ୍ତେ ତାଲିକାଭୁକ୍ତ ହୋଇଥିବା ମାମଲାଗୁଡ଼ିକୁ ଉପରୋକ୍ତ କାରଣ ଯୋଗୁଁ ମୁଲତବୀ ରଖାଗଲା। କିନ୍ତୁ, ଅତ୍ୟନ୍ତ ଜରୁରୀ ଥିବା ମାମଲାଗୁଡ଼ିକୁ ସୁପ୍ରିମ୍ କୋ।ର୍ଟର ସବୁଠୁ ବରିଷ୍ଠ ବିଚାରପତି ଏସ୍. କେ. କୌଲ୍ଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ଶୁଣାଣି କରାଯାଇଛି । ସେହିପରି, ଜଣିକିଆ ଖଣ୍ଡପୀଠଙ୍କ ସହିତ ବିଚାରପତି ମନୋଜ ମିଶ୍ରା ‘ଚେମ୍ବର୍ ମ୍ୟାଟର୍’ ପରିଚାଳନା କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ ଅଛି । ସୂଚନାଯୋଗ୍ୟ ବୁଧବାର ଦିନ ମଧ୍ୟ ପ୍ରଧାନ ବିଚାରପତି ଅଦାଲତକୁ ଆସି ନ ଥିଲେ। ଅସୁସ୍ଥତା କାରଣରୁ ସେ ଅଦାଲତକୁ ଆସି ନ ଥିବା କଥା ବିଶେଷ ସୂତ୍ରରୁ ଜଣାପଡିଛି ।