ନ୍ୟୁଜ 365 (ବ୍ୟୁରୋ): ଦିନକୁ ଦିନ ତୁଟିବା ବଦଳେ ବଢୁଛି ବନକଲାଗି ନୀତି ବିବାଦ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ଭିତରେ ବିବାଦ କାରଣରୁଙ୍କ ୨୭ ଦିନ ହେଲାଣି ହୋଇପାରିନି ମହାପ୍ରଭୁଙ୍କ ବନକଲାଗି ନୀତି। ଏହାରି ମଧ୍ୟରେ ଗତକାଲି ବଲକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବକଙ୍କୁ ତାଗିଦ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତଥାପି ହୋଇପାରିନଥିଲା ମହାପ୍ରଭୁଙ୍କ ବନକଲାଗି ନୀତି। ତେବେ ଏହାଲ ସମାଧାନ ପାଇଁ ଆଜି ବସିଥିଲା ନୀତି ସବକମିଟି ବୈଠକ । ହେଲେ ବୈଠକରୁ ଆଜିବି ବାହାରିପାରିଲାନି ନିଷ୍କର୍ସ। ପରବର୍ତ୍ତୀ ପରିଚାଳନା ବୈଠକରେ ହେବ ଚୂଡାନ୍ତ ନିଷ୍ପତ୍ତି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବାର ବିବାଦକୁ ନେଇ ନିଷ୍କର୍ସ ବାହାରି ପାରି ନାହିଁ । ବନକଲାଗି ନୀତି କରିବାକୁ ସେବାୟତଙ୍କୁ ଅନୁରୋଧ କରାଯାଇଛି । ବୁଧବାର ବନକଲାଗି ନୀତି କରିବା ଶାସ୍ତ୍ର ସମ୍ମତ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ ଏକପ୍ରକାର ଅଚଳାବସ୍ଥା ଦେଖାଦେଇଛି । ନୀଳାଦ୍ରି ବିଜେକୁ ୨୭ ଦିନ ବିତିଯାଇଥିଲେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନାହିଁ ।
ଶ୍ରୀମନ୍ଦିର ପ୍ରଶାସନକୁ ହେୟଜ୍ଞାନ କରି ଚାଲିଛନ୍ତି ଦତ୍ତ ମହାପାତ୍ର ସେବକ । ବୁଧବାର ପ୍ରଶାସନ ବନକଲାଗି କରିବାକୁ ଚାହୁଁଥିବା ବେଳେ ଦତ ମହାପାତ୍ର ସେବକ ରାଜି ହୋଇନଥିଲେ । ପରେ ଗୁରୁବାର ବନକଲାଗି ନୀତି କରିବାକୁ ଦତ୍ତ ମହାପାତ୍ର ସେବକ ଇଛା ପ୍ରକାଶ କରିଥିଲେ । ହେଲେ ପ୍ରଶାସନର ନିଷ୍ପତ୍ତି ନମାନିବା ଯୋଗୁ ଏପର୍ଯ୍ୟନ୍ତ ବନକଲାଗି ନୀତି ହୋଇପାରିନାହିଁ । ଆସନ୍ତା ବୁଧବାର ବନକଲାଗି କରିବାକୁ ଦତ୍ତମହାପାତ୍ର ସେବକ ଲିଖିତ ପ୍ରତିଶ୍ରୁତି ଦେଲେ, ବନକଲାଗି ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ।