ନ୍ୟୁଜ 365 (ବ୍ୟୁରୋ): ଦିନରେ ଘୁଷୁରୀ ଚରାଳି ରାତିରେ କରନ୍ତି ଚୋରି। ଏଭଳି ଏକ ଗ୍ୟାଙ୍ଗକୁ ବାନ୍ଧିଛି ପୁଲିସ। ସେମାନଙ୍କଠାରୁ ୫କେଜି ସୁନା, ୨୫୦ ଗ୍ରାମ ରୁପା ଅଳଙ୍କାର, ଘର ଭଙ୍ଗା ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ଅନୁସାରେ, ବୋଲଗଡ଼ ଥାନା ମାଣିକାଗୋଡା କୁମୁଟିସାହି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସ୍ପେଶାଲ ସ୍କ୍ୱାର୍ଡ ଓ ବୋଲଗଡ଼ ପୁଲିସ ମାଣିକାଗୋଡା ଜଙ୍ଗଲରେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ପ୍ରଶାନ୍ତ ପାତ୍ର, ରାହୁଲ ପ୍ରଧାନ ଏବଂ ପ୍ରଶାନ୍ତ ନାୟକଙ୍କୁ ପୁଲିସ ଥାନାକୁ ଆଣି ପଚରାଉରା କରିବା ସହ ସେମାନଙ୍କ ଘର ଖାନ ତଲାସୀ କରିଥିଲା।
ତଲାସୀବେଳେ ସେମାନଙ୍କ ଘରୁ ୫ କେଜି ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର, ଘର ଭାଙ୍ଗିବାରେ ବ୍ୟବହୃତ ସାମଗ୍ରୀ ସହ ଏକ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା। ପଚରାଉଚରା କରିବା ପରେ ଏହି ସାମଗ୍ରୀ ଗୁଡ଼ିକ ସେମାନେ ଖୋର୍ଦ୍ଧା , ନୟାଗଡ଼ ଏବଂ ପୁରୀ ଜିଲ୍ଲାରୁ ଚୋରି କରିଥିବା ମାନିଥିଲେ ଅଭିଯୁକ୍ତ। ଏସ୍ପି ଆହୁରି କହିଛନ୍ତି,ଏମାନେ ସମସ୍ତେ କେଳା ସମ୍ପ୍ରଦାୟର। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ୧୦୦ରୁ ଅଧିକ ମାମଲା ରହିଛି। ଏହି ଗ୍ୟାଙ୍ଗ ସହ ଆଉ କେଉଁମାନଙ୍କ ସଂପୃକ୍ତ ଅଛି ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି।