ନ୍ୟୁଜ 365 (ବ୍ୟୁରୋ):ମହିଳାଙ୍କୁ ନିଜ ଘର ସାମ୍ନାରେ ଗୁଳି କରି ହତ୍ୟା । ଗୁଳିକରିବା ପରେ ନିଜର ଜୀବନ ହାରିଲା ହତ୍ୟାକାରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଦିଲ୍ଲୀର ଦାବ୍ରି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଥିବା ସୂଚନା । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମହିଳା ଜଣଙ୍କ୪୨ ବର୍ଷୀୟ ରେଣୁ ଗୋୟଲ । ଏବଂ ତାଙ୍କୁ ହତ୍ୟାକରିଥିବା ଆଶିଷ ନାମକ ୨୩ ବର୍ଷୀୟ ଯୁବକ ବୋଲି ଜଣାପଡିଛି ।
ତେବେ ରେଣୁକୁ ହତ୍ୟା କରିବା ପରେ ଆଶିଷ ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଥିବାର ଏବେ ସୂଚନା ମିଳିଛି । ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ରାତି ୮ଟା ବାଜି ୪୫ ମିନିଟ୍ ସମୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ରେଣୁଙ୍କୁ ଗୁଳି କରି ଥିଲା ଏବଂ ସଙ୍ଗେ ସଙ୍ଗେ ସେଠାରୁ ଫେରାର୍ ହୋଇଯାଇଥିଲା । ପୋଲିସ ଅଭିଯୁକ୍ତକୁ ଧରିବାକୁ ଘରେ ପହଞ୍ଚିବା ବେଳକୁ ଛାତ ଉପରେ ଆଶିଷର ମୃତଦେହ ପାଇଥିଲା । ତେବେ ପୋଲିସତଦନ୍ତରୁ ଜଣାପଡିଛି ରେଣୁ ଓ ଆଶିଷ ପରସ୍ପରକୁ ପୂର୍ବରୁ ଜାଣିଥଲେ । କିଛି ବର୍ଷ ହେବ ଦୁହେଁ ଏକାଠି ଜିମ୍ ଯାଉଥିଲେ ଓ ସେଇଠୁ ହିଁ ସେମାନଙ୍କ ଭିତରେ ଚିହ୍ନା ପରିଚୟ ହୋଇଥିଲା । ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡୁଛି । ପୋଲିସ ପ୍ରତିଟି ଦିଗରୁ ମାମଲାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।