ନ୍ୟୁଜ 365 (ବ୍ୟୁରୋ): ମହରମର ଗୋଟିଏ ଦିନ ପୂର୍ବରୁ ସାମ୍ମାକୁ ଆସିଲା ସିରିଆରୁ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ସିରିଆର ସେୟେଦା ଜାଇନାବ ସୌମସଲିର ଏକ ଟ୍ୟାକ୍ସି ନିଟକରେ ବାଇକ ଛିଡା ହୋଇଥିଲା । ହଠାତ ସେହି ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଫଳରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 23 ଜଣ ଆହତ ହୋଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ । ଏହି ଘଟଣାର ପୋଲିସ ତଦନ୍ତ ଜାରିରଖିଛି । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।
ସିରିଆର ରାଜଧାନୀ ଦମ୍ମାସକସର ଦକ୍ଷିଣରେ ଥିବା ଶିଆ ମସଜିଦ ନିକଟରେ ଏହି ଆକ୍ରମଣ ହୋଇଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହା ଏକ ଜନଗହଳି ପୂର୍ଣ୍ଣ ସ୍ଥାନ । ପ୍ରତ୍ୟେକ ଦିନ ଏଠାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଆକ୍ରମଣ ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଜଣେ ସରକାରୀ ଅଧିକାରୀ କହିଛନ୍ତି, ହଠାତ ମସଜିଦ ନିକଟରେ ବିସ୍ଫୋରଣ ହୋଇଥିଲା । ଫଳରେ ଭୟରେ ସମସ୍ତେ ଏଣେ ତେଣେ ଦୌଡି ପଳାଇଥିଲେ । ଏହାପରେ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଆହତକଙ୍କୁ ହସ୍ପିଟାଲକୁ ନେଇଥିଲା । ସୁରକ୍ଷା ବାହିନୀ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ।