ନ୍ୟୁଜ ୩୬୫ (ବ୍ୟୁରୋ): ଏତେ ପରେ ବି ଅନୁପ୍ରବେଶ ସ୍ବଭାବ ଛାଡ଼ିପାରୁନି ଆନ୍ଧ୍ର। ମହଙ୍ଗା ପଡ଼ିଲା ଆନ୍ଧ୍ର ଅଧିକାରୀଙ୍କ ଲୁଚାଛପା ଅନୁପ୍ରବେଶ। ଗୋବ୍ୟାକ ନାରା ଦେଇ ଆନ୍ଧ୍ର ଅଧିକାରୀଙ୍କୁ ଅପଦସ୍ତ କରାଇଲେ ସ୍ଥାନୀୟ ଜନପ୍ରତିନିଧି । ଫାଟୁସିନେରୀ ଗାଁରେ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଅନୁପ୍ରବେଶ କରିଥିଲେ ସାଲୁର ମଣ୍ଡଳ ଅଧିକାରୀଙ୍କ ସହ ପାର୍ବତୀପୁରମ ମାନ୍ୟମ୍ ଜିଲ୍ଲା ଆଇଟିଡିଏ ।
ସୂଚନାଯୋଗ୍ୟ, ଫାଟୁସିନେରୀ ଗାଁରେ ଆନ୍ଧ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୩ ଜଣ ହିତାଧିକାରୀଙ୍କୁ ଜଗନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇ ପ୍ରମାଣପତ୍ର ଦେଇଥିଲେ । କାର୍ଯ୍ୟକ୍ରମ ସାରି ଫେରିବା ସମୟରେ ସ୍ଥାନୀୟ ଜନପ୍ରତିନିଧିଙ୍କ ହାବୁଡରେ ପଡ଼ିଯାଇଥିଲେ । ବାରମ୍ବାର ବିରୋଧ ସତ୍ୱେ କାହିଁକି ଅନୁପ୍ରବେଶ କରୁଛ ବୋଲି ପ୍ରଶ୍ନ କରିଥିଲେ ଜନପ୍ରତିନିଧି । ହେଲେ କୌଣସି ଉତର ନମିଳିବାରୁ ଆନ୍ଧ୍ର ଗୋବ୍ୟାକ୍ ନାରା ଦେଇଥିଲେ । ଅନ୍ୟପଟେ ଆନ୍ଧ୍ରକୁ କଡ଼ା ଜବାବ ଦେବାକୁ ପଟାଙ୍ଗୀ ବ୍ଲକ ପ୍ରଶାସନ ଫାଟୁସିନେରୀରେ ଭ୍ରାମ୍ୟମାଣ ସାଧାରଣ ବଣ୍ଟନ ଆରମ୍ଭ କରିଛି । ବିଭିନ୍ନ ଯୋଜନାରେ ହିତଧିକାରୀଙ୍କୁ ସାମଗ୍ରୀ ସହ ବଣ୍ଟନ କରିଥିଲେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ।