ନ୍ୟୁଜ 365 ( ବ୍ୟୁରୋ):ତେଲେଙ୍ଗାନାରେ ପ୍ରବଳ ବର୍ଷା ଜାରି ରହିବା ଫଳରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ୨ ଜଣ ବନ୍ୟା ଜଳରେ ଭାସିଯାଇଥିବା ବେଳେ ୧୫୦୦ ଲୋକଙ୍କ ଜୀବନ ବିପଦରେ ଥିବା କୁହାଯାଉଛି । ଅନେକ ଅଂଚଳରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍ଡିଆରଏଫ୍ ଦ୍ବାରା ଉଦ୍ଧାର କାର୍ଯ୍ୟ କରାଯାଇଛି।
ତେଲେଙ୍ଗାନା ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ ମୋରଞ୍ଚପାଲ୍ଲି ଗ୍ରାମରେ ଭୟଙ୍କର ଚିତ୍ର ଦେଖିବାକୁ ମିଳିଛି । ସମଗ୍ର ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ଗାଁ ଲୋକ ପ୍ରାଣ ବିକଳରେ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ଯାଇଛନ୍ତି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଅଂଚଳବାସି। ସେନା ଏବଂ ଏନ୍ଡିଆରଏଫ୍ ଦ୍ବାରା ଗ୍ରାମରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବୀ ସୂଚନା ମିଳିଛି । ଗୋଦାବରୀ ଜଳସ୍ତର ଦ୍ବିତୀୟ ବିପଦ ସଙ୍କେତ ଟପିବାପରେ ଭଦ୍ରଚଲମରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେନା ପକ୍ଷରୁ ଉଦ୍ଦାରକାର୍ଯ୍ୟ ଜାରି ରହିଛି ।