ନ୍ୟୁଜ ୩୬୫ (ବ୍ୟୁରୋ):ଆଜିଠୁ ବାରବୋଡସରେ ଖେଳାଯିବ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ । ଟେଷ୍ଟ ପରେ ଦିନିକିଆ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ । ଏପଟେ ଏହି ସିରିଜରୁ ଆରମ୍ଭ ହେବ ଭାରତର ବିଶ୍ବକପ ପ୍ରସ୍ତୁତି । ବାରବୋଡସରେ ୨ଟି,ତ୍ରିନିବାସରେ ଖେଳାଯିବ ଗୋଟିଏ ମ୍ୟାଚ୍,ରେକର୍ଡ ଅପେକ୍ଷାରେ ରନମେସିନ ବିରାଟ ଓ ହିଟ୍ ମ୍ୟାନ ରୋହିତ ଶର୍ମା । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ ଭାରତ। ଯଦିଓ ୱେଷ୍ଟଇଣ୍ଡିଜ୍ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ, କିନ୍ତୁ ବିଶ୍ବକପ୍ ପାଇଁ ଭାରତୀୟ ଦଳର ଏହା ଭଲ ଅଭ୍ୟାସ ହେବ। ଉଭୟ ଦଳଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ନେତୃତରେ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି।