ନ୍ୟୁଜ 365 (ବ୍ୟୁରୋ): ଚୀନ ଯିବେ ଭାରତୀୟ ଫୁଟବଲ ଖେଳାଳି । ଚାଇନାରେ ଖେଳାଯିବାକୁ ଥିବା ୨୦୨୩ ଏସିଆନ ଗେମ୍ସରେ ଭାଗ ନେବେ ଭାରତର ଉଭୟ ପୁରୁଷ ଓ ମହିଳା ଫୁଟବଲ ଖେଳାଳି । କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପ୍ରଚଳିତ ନିୟମକୁ କୋହଳ କରି ଭାରତୀୟ ଫୁଟବଲ ଟିମ୍କୁ ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି ।
ନିଜେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଆଜି ସନ୍ଧ୍ୟାରେ ଟ୍ୱିଟ କରି ଭାରତର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଭାଗ ନେବା ନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, “ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଭାରତ ସରକାର ମିଳିତ ଭାବେ ବର୍ତ୍ତମାନର ନିୟମକୁ କୋହଳ କରି ଉଭୟ ଟିମକୁ ଏସିଆନ ଗେମ୍ସରେ ଭାଗ ନେବାକୁ ଅନୁମତି ଦେଇଛନ୍ତି । ଯାହାକି ଭାରତୀୟ ଖେଳାଳିଙ୍କ ଖୁସିର କଥା । ଉଭୟ ଟିମ ଏସିଆନ ଗେମ୍ସ ଖେଳିବା ପାଇଁ ନିୟମ ଅନୁସାରେ ଯୋଗ୍ୟତା ଅର୍ଜନ କରି ନଥିଲେ ସୁଦ୍ଧା ନିକଟରେ ସେମାନଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନିୟମ କୋହଳ କରାଯାଇଛି ।