ନ୍ୟୁଜ 365 (ବ୍ୟୁରୋ): ଅଗଷ୍ଟ ମାସରେ ଯଦି ଆପଣଙ୍କ ବ୍ୟାଙ୍କ ସହିତ ଜଡ଼ିତ କିଛି ଜରୁରୀ କାମ ଅଛି ? ତାହାକୁ ତୁରନ୍ତ ଶେଷ କରି ଦିଅନ୍ତୁ । କାରଣ ଅଗଷ୍ଟ ମାସରେ ବ୍ୟାଙ୍କ ପାଖାପାଖି ୧୪ଦିନ ଛୁଟି ରହିବ । ନିକଟରେ ଭାରତୀୟ ରିଜର୍ବ ବ୍ୟାଙ୍କ (ଆରବିଆଇ) ବ୍ୟାଙ୍କ ଛୁଟିଦିନର ଏକ ସୂଚୀ ଜାରି କରିଛି। ଯେଉଁଥିରେ ବ୍ୟାଙ୍କ ୧୪ଦିନ ବନ୍ଦ ରହିବ ବୋଲି ଉଲ୍ଲେଖ ରହିଛି। ସୂଚନା ଅନୁସାରେ, ଅଗଷ୍ଟ ୬,୧୨,୧୩,୨୦ ତାରିଖ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୨୬ ତାରିଖ ଶନିବାର ଓ ୨୭ ତାରିଖ ରବିବାର ପଡ଼ୁଥିବା ହେତୁ ସାପ୍ତାହିକ ଛୁଟି ରହିବ। ଅଗଷ୍ଟ ୧୫ରେ ସମସ୍ତ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ। ଏହା ଛଡା ବେଲାପୁର, ମୁମ୍ବାଇ ଓ ନାଗପୁରରେ ଅଗଷ୍ଟ ୧୬, ଗୋହ୍ବାଟିରେ ଅଗଷ୍ଟ ୧୮, କୋଚ୍ଚି ଓ ତିରୁଅନନ୍ତପୁରମରେ ଅଗଷ୍ଟ ୨୮ ଓ ୨୯ରେ ବ୍ୟାଙ୍କ ବନ୍ଦ ରହିବା ବୋଲି ସୂଚନା ମିଳିଛି। ଏହାସହ ଜୟପୁର, ଶ୍ରୀନଗରରେ ଅଗଷ୍ଟ ୩୦ ଓ କାନପୁର, ଲକ୍ଷ୍ମୌ ଓ ଡେରାଡୁନରେ ଅଗଷ୍ଟ ୩୧ ବ୍ୟାଙ୍କ ଛୁଟି ରହିବ ବୋଲି ସୂଚନା ମିଳିଛି ।