ନ୍ୟୁଜ 365 (ବ୍ୟୁରୋ): ଚର୍ଚ୍ଚାରେ ମହାମହିମଙ୍କ ଅଭିଭାଷଣ । ଅତି ଚମତ୍କାର ଭାବରେ ଜୀବନର ଅନ୍ତିମ ପର୍ଯ୍ୟାୟ ବୁଝାଇଲେ ମହାମହିମ । ଜୀବନ ଦର୍ଶନର କଥା କହିବା ସହ ଶାନ୍ତି, ପ୍ରେମ, ସଦଭାବ ଓ ଆଧ୍ୟାତ୍ମିକ ମାର୍ଗରେ ପରିଚାଳିତ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବସ୍ତୁବାଦୀ ଦୁନିଆରେ ଆମେ ସମସ୍ତେ ବିଭିନ୍ନ ଦ୍ରବ୍ୟର ମୋହରେ ପଡୁଛେ । ହେଲେ ଜୀବନର ଶେଷ ସମୟରେ ବଡ଼ ଘର, ଗାଡ଼ି, ଦାମୀ ଲୁଗାପଟା, ସୁସ୍ୱାଦୁ ଖାଦ୍ୟ ଏସବୁର କିଛି ଆବଶ୍ୟକତା ନଥାଏ । ଶରୀର କ୍ଷୀଣ ହୋଇଯାଇଥିବାରୁ ଭଲ ଲୁଗାପଟା ପିନ୍ଧିବା ମଧ୍ୟ ସମ୍ଭବ ହୋଇନଥାଏ । ସବୁଠୁ ବଡ଼ କଥା ହେଉଛି ବାର୍ଦ୍ଧକ୍ୟ ସମୟରେ ଦୁଇ ପଟ ରୁଟି ହଜମ କରିବାକୁ ମଧ୍ୟ ଆମ ଶରୀର ସକ୍ଷମ ହୋଇନଥାଏ । ଏସମୟରେ କେବଳ ସାହା ହୁଏ, ଆଧ୍ୟାତ୍ମିକତା ଚେତନାର ଶକ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ।