ନ୍ୟୁଜ 365 (ବ୍ୟୁରୋ): ଚନ୍ଦ୍ରଯାନ-୩ ଇସ୍ରୋପାଇଁ ଏକ ବଡ ସଫଳତା ବୋଲି ବୈଜ୍ଞାନିକ ମାନେ ଆଶା ପ୍ରକାଶ କରିଥିବା ବେଳେ, ୟାରି ଭିତରେ ଏବେ ସବୁଠାରୁ ବଡ ପ୍ରଶ୍ନ ରହିଛି । ଆମକୁ ଖାଲି ଆଖିରେ ଦେଖାଯାଉଥିବା ଚନ୍ଦ୍ରମା ପୃଥିବୀଠାରୁ ପ୍ରାୟ ୩,୮୩ ଲକ୍ଷ କି.ମି ଦୂରରେ ରହିଛି । ଏଠି ପହଞ୍ଚିବାକୁ କୌଣସି ମହାକାଶ ଯାନକୁ ୪ରୁ ୫ ଦିନ ସମୟ ଲାଗିପାରେ । ଅତିବେଶୀରେ ସପ୍ତାହେ ସମୟ ଲାଗିପାରେ । ତାହେଲେ ଭାରତ ପଠାଇଥିବା ଚନ୍ଦ୍ରଯାନକୁ ୪୨ ଦିନ କାହିଁ କି ଲାଗିବ । ସିଧାସଳଖ ଯାଇ ଚନ୍ଦ୍ରପୃଷ୍ଠରେ ପହଞ୍ଚିପାରିବା ସମ୍ଭବ ଥିବାବେଳେ ଚନ୍ଦ୍ରଯାନ-୩ କକ୍ଷପଥରେ ଘୁରୁଛି କାହିଁକି ? ଏହା ନୁହେଁ କି ଭାରତ ନିଜର ଚନ୍ଦ୍ରଯାନକୁ ସିଧାସଳଖ ଚନ୍ଦ୍ରପୃଷ୍ଠକୁ ପଠାଇବକୁ ଅସମର୍ଥ । ବରଂ ଏହା ପଛରେ ରହିଛଗି ନିର୍ଦ୍ଦିଷ୍ଟ ଏକ କାରଣ ।
ଭାରତୀୟ ବୈଜ୍ଞାନିକଙ୍କ ମତ ଅନୁସାରେ ଏଥିପାଇଁ ୨ଟି କାରଣ ଦାୟୀ । ପ୍ରଥମରେ ଚନ୍ଦ୍ରଯାନକୁ ପୃଥିବୀ ଚାରିପଟେ ଘୁରାଇ ଘୁରାଇ ଚନ୍ଦ୍ରରେ ପହଞ୍ଚାଇବାର ପ୍ରକ୍ରିୟା ବ୍ୟୟସାପେକ୍ଷ ଅଟେ । ଏଥିପାଇଁ କମ୍ ଖର୍ଚ୍ଚ ହୁଏ । ନାସା ତୁଳନାରେ ଇସ୍ରୋର ଏହି ପ୍ରେଜେକ୍ଟ ପାଇଁ କମ୍ ଖର୍ଚ୍ଚ ହୋଇଛି । ଏହାବ୍ୟତୀତ ଇସ୍ରୋ ପାଖରେ ନାସା ଭଳି ଶକ୍ତିଶାଳୀ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ରକେଟ୍ ଲଞ୍ଚର ନାହିଁ, ଯାହା ଚନ୍ଦ୍ରଯାନକୁ ସିଧାସଳଖ ଚନ୍ଦ୍ରମାରେ ପହଞ୍ଚାଇଦେଇପାରିବ । ଏଭଳି ରକେଟ୍ ବନାଇବାକୁ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ୨୦୧୦ରେ ଚୀନ୍ ପଠାଇଥିଲା ଚାଙ୍ଗଇ-୨ । ଯାହା ମାତ୍ର ୪ ଦିନରେ ଚନ୍ଦ୍ରମାରେ ପହଞ୍ଚିଯାଇଥିଲା । ତା ପରେ ଚାଙ୍ଗଇ-୩ ମଧ୍ୟ ଏତିକି ସମୟରେ ଚନ୍ଦ୍ରମା ଛୁଇଁଥିଲା ।
ସୋଭିଏତ୍ ସଂଘର ପ୍ରଥମ ଚନ୍ଦ୍ର ମିଶନ୍ ‘ଲୁନା-୧’ ମାତ୍ର ୩୬ ଘଣ୍ଟାରେ ଚନ୍ଦ୍ରପୃଷ୍ଠରେ ପହଞ୍ଚି ରେକର୍ଡ କରିଥିଲା । ଆମେରିକାର ଆପୋଲୋ-୧୧ କମାଣ୍ଡ ମଡ୍ୟୁଲ କୋଲମ୍ବିଆ ମଧ୍ୟ ମାତ୍ର ୩ ଦିନରେ ମହାକାଶଚାରୀଙ୍କୁ ନେଇ ପହଞ୍ଚିପାରିଥିଲା । ଏଥିପାଇଁ ଦେଶର ବୈଜ୍ଞାନିକ ଶକ୍ତିଶାଳୀ ରକେଟ୍ ବ୍ୟବହାର କରିଥିଲେ । ଚୀନ୍ ସେ ସମୟରେ ଚନ୍ଦ୍ର ମିଶନ ପାଇଁ ୧୦୨୬ କୋଟି ଅର୍ଥ ଖର୍ଚ୍ଚ କରିଥିବାବେଳେ ବର୍ତ୍ତମାନ ସମୟରେ ଇସ୍ରୋ ଏଥିପାଇଁ ମାତ୍ର ୪୫୦ କୋଟି ଖର୍ଚ୍ଚ କରିଛି ।
ଏସବୁ ବାଦ୍ ଚନ୍ଦ୍ରଯାନ ଚନ୍ଦ୍ରରେ ବିଳମ୍ବରେ ପହଞ୍ଚିବାର ଆଉ ଏକ କାରଣ ମଧ୍ୟ ରହିଛି । ଧୀର ଗତିରେ ଗତିକରୁଥିବା ଚନ୍ଦ୍ରଯାନ-୩ ପ୍ରତି ପୃଥିବୀର ଗୁରୁତ୍ୱାକର୍ଷଣ କମ୍ ଥାଏ । ଏଭଳି ସ୍ଥିତିରେ ଚନ୍ଦ୍ରଯାନ ନିରାପଦରେ ଚନ୍ଦ୍ରରେ ଓହ୍ଲିପାରିବ ।