ନ୍ୟୁଜ ୩୬୫ (ବ୍ୟୁରୋ): ସିଂଘମ ଏଗେନ ଫିଲ୍କ ଛାଡିବା ପଛର କାରଣ ବଖାଣିଲେ ଭିକି କୌଶଲ । ରୋହିତ ଶେଟ୍ଟୀଙ୍କ ଏହି ଫିଲ୍ମରେ ସେ ଅଜୟ ଦେବଗନଙ୍କ ଛୋଟ ଭାଇ ଭୂମିକା କରିବା ଏକ ପ୍ରକାର ସ୍ଥିର ହୋଇଥିଲା । ଭିକ୍କି ମଧ୍ୟ ଏହି ଅଭିନୟକୁ ନେଇ ବେଶ ଆଗ୍ରହୀ ଥିଲେ । ସୂଚନାଅନୁଯାୟୀ , ସିଂଘମ ଏଗେନ ଓ ତାଙ୍କର ଅନ୍ୟ ଫିଲ୍ମ ଛାୱାର ଡେଟ ସାମ୍ନା ସାମ୍ନି ହୋଇଥିଲା । ୨ଟି ଯାକ ଫିଲ୍ମ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ଭିକ୍କି ବାଧ୍ୟ ହୋଇ ରୋହିତଙ୍କ ଫିଲ୍ମରୁ ଓହରି ଯାଇଥିଲେ । ଛାୱା ଏକ ପରିୟଡ ଯୁଗ ଫିଲ୍ମ ହୋଇଥିବାରୁ ସେ ଅଧିକ ଖୁସି ଥିଲେ ଏଭଳି ଫିଲ୍ମ କରିବା ପାଇଁ ।
ସେପଟେ ଉଭୟ ଫିଲ୍ମ ପାଇଁ ତାରିଖ ସମନ୍ୱୟ କରିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା । ରୋହିତ ମଧ୍ୟ ଭିକ୍କିଙ୍କ ଅସୁବିଧା ଅନୁଭବ କରି ତାଙ୍କୁ ସହଯୋଗ କରିଥିଲେ । ଭବିଷ୍ୟତରେ ଉଭୟ ଏକାଠି ଫିଲ୍ମ କରିବେ ବୋଲି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।