ନ୍ୟୁଜ୍365(ବ୍ୟୁରୋ): ଅଡୁଆରେ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ । ଚେକ୍ ବାଉନ୍ସ ଓ ଠକେଇ ମାମଲାରେ ଲାଗିଲା ଜୋରିମାନା । ବର୍ତ୍ତମାନ ଏହି ମାମଲାରେ ଅଭିନେତ୍ରୀଙ୍କ ଉପରେ ୫୦୦ଟଙ୍କାର ଜୋରିମାନା ଲଗାଇଛନ୍ତି ରାଞ୍ଚିର ସିଭିଲ କୋର୍ଟ । ଏହି ମାମଲାର ଶୁଣାଣି ସମୟରେ ବୁଧବାର ପାଇଁ ତାରିଖ ସ୍ଥିର କରାଯାଇଥିଲା । ଏହି ମାମଲା ଦାଖଲ କରିଥିବା ଅଜୟ ସିଂଙ୍କ ପକ୍ଷରୁ କୋର୍ଟରେ ଜଣେ ସାକ୍ଷୀ ହାଜର କରାଯାଇଥିଲା ।ଅମିଷା ପଟେଲଙ୍କ ଓକିଲ ସାକ୍ଷୀକୁ ହାଜର କରିବାକୁ କହିଥିଲେ, କିନ୍ତୁ ସେମାନ ସମୟ ମାଗିଥିଲେ ।
ଏହାପରେ କୋର୍ଟ ତାଙ୍କ ଉପରେ ଜରିମାନା ଲଗାଇଛନ୍ତି । ସୂଚନା ଯୋଗ୍ୟ,ରାଞ୍ଚି କୋର୍ଟରେ ଚାଲିଥିବା ଏହି ମାମଲାରେ ଅମିଷା ପଟେଲ ଗତ ୧୭ଜୁନରେ ରାଞ୍ଚି ସିଭିଲ କୋର୍ଟର ସିଭିଲ ଜଜ୍ ସିନିୟର ଡିଭିଜନ୍ ଡି.ସୁକ୍ଲାଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ ପରେ କୋର୍ଟ ତାଙ୍କୁ ୧୦,୦୦୦ ଟଙ୍କା ଜାମିନ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ ।
୨୦୧୮ , ନଭେମ୍ବର ୧ ତାରିଖରେ ଅର୍ଗୋରା ନିବାସୀ ଅଜୟ କୁମାର ସିଂ ଅମିଷାଙ୍କ ବିରୋଧରେ ସିଜେଏମ କୋର୍ଟରେ ମାମଲା ଦାୟର କରିଥିଲେ । ସେ ଅଭିଯୋଗ କରିଥିଲେ, ଅମିଷା ସଂଗୀତ ନିର୍ମାଣ ନାମରେ ଅଜୟଙ୍କ ଠାରୁ ୨.୫ କୋଟି ଟଙ୍କା ନେଇଛନ୍ତି। ଯେତେବେଳେ ଫିଲ୍ମ ରିଲିଜ ହୋଇନଥିଲା, ସେତେବେଳେ ଅଜୟ ସିଂ ଟଙ୍କା ଫେରସ୍ତ ମାଗିଥିଲେ । ପରେ ଅମିଷା ଦେଢ କୋଟି ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ। ଯାହା ବାଉନ୍ସ ହୋଇଥିଲା । ପରେ ଅଜୟ ଅମିଷାଙ୍କ ବିରୋଧରେ ମାମଲା ଦାୟର କରିଥିଲେ ।