ସିଆରପିଏଫ୍ ପ୍ରତିଷ୍ଠା ଦିବସକୁ ପୁରିଛି ୮୪ ବର୍ଷ । ୧୯୪୯ ମସିହା ଜୁଲାଇ୨୭ ତାରିଖ ସକାଳେ ଗଠନ କରାଯାଇଥିଲା କ୍ରାଉନ୍ ରିପ୍ରେଜେନଟେଟିଭିସ୍ ନାମକ ପୋଲିସ ବାହିନୀ ଅର୍ଥାତ ସେଂଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ ବା (ସିଆରପିଏଫ୍) । ଦେଶ ସ୍ବାଧୀନତାର ପରଠାରୁ ଏହି ବାହିନୀକୁ କାର୍ଯ୍ୟକ୍ଷମ କରି ରଖିବା ନେଇ ୧୯୪୯ ମସିହାରେ ସଂସଦରେ ଏକ ବଲ୍ ପ୍ରାରିତ ହୋଇଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କେନ୍ଦ୍ରୀୟ ସୁରକ୍ଷା ବଳକୁ ନେଇ ବିଲ୍ ପ୍ରେରିତ କରିଥିଲେ । ସେବେଠାରୁ ହିଁ ସିଆରପିଏଫ ଜବାନଙ୍କୁ ଦେଶରେ ମିଳିଛି ଏକ ସ୍ବତନ୍ତ୍ର ପରିଚୟ । ଏହି ବାହିନୀ ସମସ୍ତ ଆକବଶ୍ୟକ ସମୟରେ ଦେଶବାସୀଙ୍କ ନିକଟରେ ଛିଡା ହେବା ସହ ଆବଶ୍ୟକ ସମୟରେ ଅତି ଉତ୍ତମ ସଂରକ୍ଷିତ ବାହିନୀ ଭାବରେ ସ୍ଥାନୀୟ ଜବାନଙ୍କ ସହାୟତା ନିମନ୍ତେ ସବୁ ସମୟରେ ପାଖରେ ପହଁଞ୍ଚିଥାନ୍ତି ।
ଏହି ବାହିନୀର ଉପଯୋଗୀତା ଓ କ୍ଷମତାକୁ ନେଇ ତାଙ୍କର ଆକଳନକୁ କାଳ ଦ୍ରଷ୍ଟା ବା ଦୂରଦ୍ରଷ୍ଟା ବୋଲି କୁହାଯାଇ ପାରିବ । ଏହି ବାହିନୀର ସାରା ଦେଶରେ ରହିଛି ୨୪୬ଟି ବାଟାଲିଅନ୍ । ଏହି ସିଆରପିଏଫ୍ ର କେତେକ ବାହିନୀ ମଧ୍ୟ ସୀମାରେ ଅବସ୍ଥାପିତ କରାଯାଇଛନ୍ତି । ୧୯୫୯ ମସିହା ଅକ୍ୟୋବର ୨୧ ତାରିଖରେ ଲଦାଖର ହଟ୍ ସ୍ପ୍ରିଙ୍ଗସଠାରେ ଚୀନ୍ ସେନା ସହ ମୁହାଁମୁହିଁ ହୋଇଥିଲେ । ଆଉସେହି ସମୟରେ ୧୦ ଜଣ ସିଆରପିଏଫ୍ ଯବାନ ପ୍ରାଣବଳୀ ଦେଇଥିଲେ ।
ଖାଲି ,ସେତିକି ନୁହେଁ ବଂର ତାତର କିଛିଦିନ ପରେ ସିଆରପିଏଫ୍ ବାହିନୀ ପୁଣି ଏକ ଇତିହାସ ସୃଷ୍ଟିକଲା । ୧୯୬୫ ମସିହା ଏପ୍ରିଲ ୯ତାରିଖରେ ସିଆରପିଏଫ୍ ଯବାନ ଗୁଜୁରାଟର ରନ୍ ଅଫ ଛକ ନିକଟରେ ସର୍ଦ୍ଦାର ପୋଷ୍ଟରେ ୩୪ ଜଣ ପାକିସ୍ଥାନୀ ସୈନ୍ୟଙ୍କୁ ହତ୍ୟା କରିକବା ସହ ୪ ଜଣଙ୍କୁ ନିଜର ଅତିଆକୁ ଆଣି ପାକର ବ୍ରିଗେଡ ଦ୍ବାରା ରଚାଯାଇଥିବା ସଡଯନ୍ତ୍ରକୁ ପଣ୍ଡ କରିଥିଲା । ଏହି ମୁକାବିଲାରେ ୬ଜଣ ସିଆରପିଏଫ୍ ଯବାନ ମଧ୍ୟ ସହିଦ ହୋଇଥିଲେ ।