ନ୍ୟୁଜ 365 (ବ୍ୟୁରୋ): ମୋଦୀଙ୍କ ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ଅର୍ଥନୈତିକ ଦେଶ ହେବ । ବିଶ୍ୱର ପ୍ରଥମ ୩ ବଡ଼ ଅର୍ଥନୈତିକ ଦେଶ ଭିତରେ ଗୋଟିଏ ନା ଭାରତର ରହିବ। ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମ୍ ସମ୍ମିଳନୀ କେନ୍ଦ୍ରର ଉଦଘାଟନୀ ସମାରୋହରେ ଏଭଳି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଟ୍ରାକ ରେକର୍ଡ ଆଧାରରେ କହୁଛି ଯେ ମୋର ତୃତୀୟ ପାଳିରେ ଅର୍ଥାତ୍ ତୃତୀୟ ପାଳିରେ ପ୍ରଥମ ତିନୋଟି ଅର୍ଥନୀତିରେ ଭାରତ ଗର୍ବର ସହ ଛିଡ଼ା ହୋଇଥିବ। ୨୦୨୪ ରେ ଆମର ତୃତୀୟ କାର୍ଯ୍ୟକାଳରେ ଦେଶର ବିକାଶ ଯାତ୍ରା ଆହୁରି ଦ୍ରୁତ ଗତିରେ ବଢ଼ିବ। ଆପଣ ଆପଣଙ୍କ ଆଖି ସାମନାରେ ଆପଣଙ୍କର ସ୍ୱପ୍ନ ପୂରଣ ହେଉଥିବାର ଦେଖିବେ।’ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆମର ପ୍ରଥମ କାର୍ଯ୍ୟକାଳ ଆରମ୍ଭରେ ଭାରତ ବିଶ୍ୱ ଅର୍ଥନୀତିରେ ଦଶମ ସ୍ଥାନରେ ରହିଥିଲା। ଯେତେବେଳେ ଆପଣ ମୋତେ ଦେଶ ସମ୍ବାଳିବର କାମ ଦେଲେ ସେତେବେଳେ ଆମେ ଦଶ ନମ୍ବରରେ ଥିଲୁ। ଆମର ଦ୍ୱିତୀୟ ପର୍ଯ୍ୟାୟରେ ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ଆନ୍ତର୍ଜାତୀୟ ଏଜେନ୍ସିମାନେ ମଧ୍ୟ କହୁଛନ୍ତି ଯେ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ଶେଷ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ଆଜି ବିଶ୍ୱ ଏହା ସ୍ୱୀକାର କରୁଛି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଆଜି ଯେତେବେଳେ ଆମେ ସ୍ୱାଧୀନତାର ୭୫ ବର୍ଷ ପାଳନରେ ଅମୃତ ମହୋତ୍ସବଙ୍କୁ ପାଳନ କରୁଛୁ, ଏହି ‘ଭାରତ ମଣ୍ଡପମ୍’ ଆମ ଗଣତନ୍ତ୍ର ପାଇଁ ଭାରତୀୟମାନେ ଦେଇଥିବା ଏକ ସୁନ୍ଦର ଉପହାର।