ନ୍ୟୁଜ 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିସାନ ସମ୍ମାନ ଯୋଜନାର 14 ତମ କିସ୍ତି ରିଲିଜ କରିଛନ୍ତି । ୮ କୋଟି ୫୦ ଲକ୍ଷରୁ ଅଧିକ ଚାଷିଙ୍କ ବ୍ୟାଙ୍କକୁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି । ଏ ଅବସରରେ ପ୍ରଧାନମନ୍ତ୍ରୀ ଚାଷିଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସରକାର ଚାଷିଙ୍କୁ ପ୍ରତି ବର୍ଷ ୩ ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଚାଷି ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଦିଗରେ ପିଏମ କିସାନ ସମ୍ମାନ ନିଧୀ ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ଯୋଜନା ୨୦୧୯ ଫେବୃୟାରି ମାସରେ ଆରମ୍ଭ ହୋଇଥିଲା ।