ନ୍ୟୁଜ 365 (ବ୍ୟୁରୋ):ଅଡୁଆରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଓ ଭେଟେରାଲ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଚଳଚ୍ଚିତ୍ର ଓଏମଜି -୨ । ପୁରା କାହାଣୀର ୨୦ଟି କଟ୍ ପରେ ଫାଇନାଲ ହେଲା ମୁଭି । ସାର୍ଟିଫିକେଟ୍ ସହ ରିଲିଜ୍ ହେବ ଫିଲ୍ମ । ସଂପ୍ରତି ବିବାଦରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ ଓଏମଜି -୨। ଏହାର କିଛି ଦୃଶ୍ୟକୁ ନେଇ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣିକ ବୋର୍ଡ(ସିବିଏଫସି) ଫିଲ୍ମକୁ ମଞ୍ଜୁରୀ ଦେଇ ନ ଥିବା ବେଳେ, ଫିଲ୍ମକୁ ପୁନର୍ବାର ସମୀକ୍ଷା ପାଇଁ ରିଭାଇଜିଂ କମିଟିକୁ ପଠାଯାଇଛି । ଫିଲ୍ମରେ ଏମିତି କିଛି ଦୃଶ୍ୟ ରହିଛି, ଯାହାକୁ ନେଇ ଆପତ୍ତି ଉଠାଇଥିଲେ (ସିବିଏଫସି) । ଫିଲ୍ମ ଅଗଷ୍ଟ ୧୧ ତାରିଖରେ ସିନେମାଘରକୁ ଆସିବାକୁ ପ୍ରସ୍ତୁତ ହେଉଥିବା ବେଳେ, ନିର୍ମାତାଙ୍କ ମୁସ୍କିଲ କମ ହେବାର ନାଁ ନେଉନାହିଁ ।
ସିବିଏଫସି ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିବାରୁ ନିର୍ମାତା ଏବଂ ଅଭିନେତା ଫିଲ୍ମର ପ୍ରମୋସନ କରିପାରୁ ନାହାନ୍ତି । ସୂଚନା ଯୋଗ୍ୟ ଯେ ରିଭାଇଜିଂ କମିଟି ୧୫-୨୦ କଟ୍ ସହ ଫିଲ୍ମ ରିଲିଜ୍ କରାଇବାକୁ ସିବିଏଫସିକୁ କହିଛନ୍ତି । ଏହା ସହିତ ପରାମର୍ଶ ଦେଇଛନ୍ତି ଯେ ଫିଲ୍ମକୁ ଆଡଲ୍ଟ ଅର୍ଥାତ ଏ ସାର୍ଟିଫିକେଟ୍ ଦିଆଯାଉ । କିନ୍ତୁ ନିର୍ମାତାଙ୍କ କହିବା କଥା ଫିଲ୍ମରେ ସେମିତି କିଛି ନାହିଁ, ଯେଉଁଠି ସିନ୍ କାଟିବାର ଆବଶ୍ୟକତା ରହିଛି । ନିର୍ମାତା ରିଭାଇଜିଂ କମିଟିର ଏହି ପରାମର୍ଶକୁ ଖଣ୍ଡନ କରିଥିବା ବେଳେ ଅନ୍ୟପକ୍ଷେ ସିବିଏଫସି ପକ୍ଷରୁ ଫିଲ୍ମର କିଛି ଦୃଶ୍ୟକୁ ନେଇ ଆପତ୍ତି ପ୍ରକାଶ କରାଯ।ଇଥିଲା ।
କିନ୍ତୁ ଓଏମଜି -୨ର ଟେଲକୁ ଲୋକେ ବହୁତ ପସନ୍ଦ କରିଥିଲେ । କିଛି ଲୋକଙ୍କୁ ଅକ୍ଷୟ କୁମାରଙ୍କ ଶିବ ଚରିତ୍ର ଏବଂ ରେଲଓ୍ଵେ ଷ୍ଟେସନରେ ହ୍ୟାଣ୍ଡକପ୍ ତଳେ ବସି ଗାଧୋଇବା ଦୃଶ୍ୟ କିଛିଟା ଅଜବ ଲାଗିଥିଲା। ସିବିଏଫସିର କହିବା କଥା ସେ ଚାହାନ୍ତି ନାହିଁ ଯେ, ଆଦିପୁରୁଷ ପରି ଅକ୍ଷୟ ଏବଂ ପଙ୍କଜଙ୍କ ଅଭିନୀତ ଫିଲ୍ମର ଅବସ୍ଥା ସେମିତି ନ ହେଉ ବୋଲି । ଏବେ କିନ୍ତୁ ଦେଖିବାକୁ ବାକିରହିଲା ଓଏମଜି -୨ର ରିଲାଜ୍ ପରେ କେଉଁଭଳି ଭାବରେ ଦର୍ଶକ ଏହି ଫିଲ୍ମକୁ ଗ୍ରହଣ କରୁଛନ୍ତି ।