ନ୍ୟୁଜ 365 (ବ୍ୟୁରୋ): ସୀମା ହାଇଦର ଓ ଅଂଜୁ ପରେ ସାମ୍ନାକୁ ଆସିଛି ଆଉ ଏକ ସୀମା ପାର ପ୍ରେମ କାହାଣି । ଜଣେ ଯୁବକର ପ୍ରେମରେ ପଡି ଭାରତ ଟାଣି ହୋଇ ଆସିଛନ୍ତି ଜଣେ ବିଦେଶୀ ମହିଳା । ମହିଳା ଜଣକ ବିଦେଶରୁ ଆଶି ହଠାତ ପ୍ରେମିକର ଗାଁରେ ପହଂଚି ଯାଇଛନ୍ତି । ବିଦେଶୀ ମହିଳାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ।
ସୂଚନା ଆନୁସାରେ, ପୋଲାଣ୍ଡର ୪୯ ବର୍ଷିୟ ମହିଳା ବରବରା ଝାରଖଣ୍ଡ ହଜାରିବାଗ ଜିଲ୍ଲାର ବରତୁଆ ଗାଁର ସାଦାବ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କରେ ଅଛନ୍ତି । ପ୍ରଥମେ ସାଦାବ- ବରବରାଙ୍କ ବନ୍ଧୁତା ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା । ଧିରେ ଧିରେ ଉଭୟଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ପରିଣତ ହେଲା। ବର୍ତ୍ତମାନ ଦୁହେଁ ଦୁହିଁଙ୍କ ପାଇଁ ପାଗଳ । ୪୯ ବର୍ଷିୟ ଏହି ମହିଳାଙ୍କ ଏକ ୬ ବର୍ଷିୟ କନ୍ୟା ସନ୍ତାନ ମଧ୍ୟ ରହିଛି । ବର୍ତ୍ତମାନ ସବୁଠୁ ବଡ କଥା ହେଉଛି ବିଦେଶୀ ମହିଳା ବରବରା ହଜାରିବାଗର ସାଦାବକୁ ବିବାହ କରିବାକୁ ଚାହୁଛନ୍ତି । ଏବଂ ଏଇଥି ବାଇଁ ସେ ସାଦବଙ୍କ ଗାଁ ବରତୁଆରେ ପହଂଚିଛନନ୍ତି । ଗାଁର ଗରମ ବାତାବରଣ ସହ ରହିବାରେ ଆସୁବିଧା ହେବାରୁ, ଘର ପାଇଁ ୨ ଟି ନୂଆ ଏସି ଲଗାଇଛନ୍ତି । ସେହିପରି ଏଲଏଇଡି ଟିଭି ମଧ୍ୟ ଲଗାଇଥିବା ଚର୍ଚ୍ଚା ହେଉଛି । ତେବେ ଗାଁରେ ଜଣେ ବିଦେଶୀ ପହଂଚିବା ଖବର ପାଇ ପୋଲିସ ଗାଁରେ ପହଂଚିଛି । ବିଦେଶୀନିଙ୍କ ସମସ୍ତ କାଗଜପତ୍ରକୁ ପୁଲିସ ଯାଞ୍ଚ କରିଛି । ପରେ ସମସ୍ତ ତଥ୍ୟ ଠିକ ଥିବା ପୁଲିସ କହିଛି ।
ଏହି ବିଦେଶୀ ମହିଳା ସୀମା ହାଇଦର ଭଳି ଲୁଚି ଛପି ଭାରତ ଆସି ନାହାନ୍ତି କିମ୍ବା ତାଙ୍କ ଉପରେ ଗୁଇନ୍ଦା ବିଭାଗର ସନ୍ଦେହ ମଧ୍ୟ ନାହିଁ । ବରବରା ପର୍ଯ୍ୟଟକ ଭିଜା ନେଇ ଭାରତ ଆସିଛନ୍ତି । ସେ ସାଦାବଙ୍କ ଭିଜା ବନେଇବାଇଁ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏବଂ ଥରେ ଭିଜା ପ୍ରସ୍ତୁତ ହେବା ପରେ ଉଭୟ ପୋଲାଣ୍ଡ ଯିବେ । ବରବରା ପ୍ରେମିକ ସାଦାବକୁ ନିଜ ସହ ପୋଲାଣ୍ଡ ନେବାକୁ ଯୋଜନା କରୁଥିବା ଜଣାପଡିଛି । ପ୍ରେମ ପାଇଁ ଭାରତ ଛାଡି ବିଦେଶ ଯାଉଛି ତ ଆଉ କିଏ ବିଦେଶ ଛାଡି ଭାରତ ଆସୁଛି । ବର୍ତ୍ତମାନ ଏହି ଯୋଡିଙ୍କୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି ।