ନ୍ୟୁଜ୍ 365(ବ୍ୟୁରୋ): ଆଜି ମିସାଇଲ ମ୍ୟାନ ତଥା ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ । ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମେଘାଳୟର ସିଲଂରେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦେଶର ୧୧ତମ ରାଷ୍ଟ୍ରପତି ଅବଦୁଲ କଲାମ । ଆଉ ସେଦିନ ମିସାଇଲ ମ୍ୟାନଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ଜୀବନକୁ ଏକ ସାଧନାର ମାର୍ଗ ମନେକରି ସାରା ଜୀବନ ଅବିବାହିତ ଓ ଶାକାହାରୀ ରହିଥିବା କଲାମଙ୍କର ଶିକ୍ଷାପ୍ରତି ଥିଲା ଅହେତୁକ ଦୁର୍ବଳତା । ନିଜର ଦକ୍ଷତା ବଳରେ ସେ ତାମିଲନାଡୁର ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ମନରେ ଥିଲା ସ୍ବତନ୍ତ୍ର ସ୍ଥାନ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମ ଦିବସକୁ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । କଲାମଙ୍କୁ ଦେଶର ସମସ୍ତ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୯୮୧ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୯୭ ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ଏହି ମହାନ୍ ଜନନାୟକ ।
ତାମିଲନାଡୁ ରାମେଶ୍ୱରମ ଗାଁରେ ଏକ ମୁସଲମାନ ପରିବାରରରେ ଜନ୍ମଗ୍ରହଣ କରିଥିଲେ କଲାମ ।
ମାଟ୍ରିକ ପରୀକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ୍ କଲେଜରେ ନାଁ ଲେଖାଇଥିଲେ । ଏହା ପରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଲେ । କିଛି ଦିନ ପରେ ସେ ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଲେ । ବିକ୍ରମ ସରାଭାଇଙ୍କ ଅଧିନରେ ଗଠିତ ଆଇଏନସିଓଏସପିଏଆର କମିଟିରେ ସେ ସାମିଲ ହେବାର ସୁଯୋଗ ପାଇଥିଲେ । ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି କୁହନ୍ତି ଅବଦୁଲ କଲାମ । ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)କୁ ବଦଳି ହୋଇ ଆସିଥିଲେ । ସେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ । ୧୯୯୮ ପେଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କଯୋଗଦାନ ପାଇଁ ତାଙ୍କୁ ‘ ଭାରତର ମିଶାଇଲ ମ୍ୟାନ୍’ ବୋଲି କୁହାଯାଏ । ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୯ ଜୁଲାଇ ୨୫ ଯାଏଁ ସେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଆଜି କଲାମଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସମଗ୍ର ଦେଶ ।
ଆଜି ମିସାଇଲ ମ୍ୟାନ ତଥା ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ । ୨୦୧୫ ମସିହା ଜୁଲାଇ ୨୭ ତାରିଖରେ ମେଘାଳୟର ସିଲଂରେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଉଥିବା ସମୟରେ ହୃଦଘାତରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦେଶର ୧୧ତମ ରାଷ୍ଟ୍ରପତି ଅବଦୁଲ କଲାମ । ଆଉ ସେଦିନ ମିସାଇଲ ମ୍ୟାନଙ୍କ ଦେହାନ୍ତରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ । ଜୀବନକୁ ଏକ ସାଧନାର ମାର୍ଗ ମନେକରି ସାରା ଜୀବନ ଅବିବାହିତ ଓ ଶାକାହାରୀ ରହିଥିବା କଲାମଙ୍କର ଶିକ୍ଷାପ୍ରତି ଥିଲା ଅହେତୁକ ଦୁର୍ବଳତା । ନିଜର ଦକ୍ଷତା ବଳରେ ସେ ତାମିଲନାଡୁର ରାମେଶ୍ବରମରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲେ । ବିଦ୍ୟାର୍ଥୀଙ୍କ ପ୍ରତି କଲାମଙ୍କ ମନରେ ଥିଲା ସ୍ବତନ୍ତ୍ର ସ୍ଥାନ । ଏଥିପାଇଁ ସଂଯୁକ୍ତ ରାଷ୍ଟ୍ର ତାଙ୍କ ଜନ୍ମ ଦିବସକୁ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରୁଛି । କଲାମଙ୍କୁ ଦେଶର ସମସ୍ତ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରାଯାଇଛି । ୧୯୮୧ରେ ପଦ୍ମ ଭୂଷଣ, ୧୯୯୦ରେ ପଦ୍ମ ବିଭୂଷଣ ଓ ୧୯୯୭ ରେ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ଏହି ମହାନ୍ ଜନନାୟକ ।
ତାମିଲନାଡୁ ରାମେଶ୍ୱରମ ଗାଁରେ ଏକ ମୁସଲମାନ ପରିବାରରରେ ଜନ୍ମଗ୍ରହଣ କରିଥିଲେ କଲାମ । ମାଟ୍ରିକ ପରୀକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀ ସ୍ଥିତ ସେଣ୍ଟ ଯୋଶେଫ୍ କଲେଜରେ ନାଁ ଲେଖାଇଥିଲେ । ଏହା ପରେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୫୫ରେ ଏରୋସ୍ପେଶ୍ ଇଞ୍ଜିନିୟରିଙ୍ଗ ପଢିବା ପାଇଁ ମାଡ୍ରାସ୍ ଚାଲିଗଲେ । ମାଡ୍ରାସ୍ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜିରୁ ୧୯୬୦ ରେ ସ୍ନାତକଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଲେ । କିଛି ଦିନ ପରେ ସେ ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଲେ । ବିକ୍ରମ ସରାଭାଇଙ୍କ ଅଧିନରେ ଗଠିତ ଆଇଏନସିଓଏସପିଏଆର କମିଟିରେ ସେ ସାମିଲ ହେବାର ସୁଯୋଗ ପାଇଥିଲେ । ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି କୁହନ୍ତି ଅବଦୁଲ କଲାମ । ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ୍(ଇସ୍ରୋ)କୁ ବଦଳି ହୋଇ ଆସିଥିଲେ । ସେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚର ଭେଇକିଲ (ଏସଏଲଭି-୩) ପ୍ରୋଜେକ୍ଟର ନିର୍ଦ୍ଦେଶକ ଥିଲେ । ୧୯୯୮ ପେଖରାନ୍ -୨ ପରମାଣୁ ବୋମା ପରୀକ୍ଷଣରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୭୪ ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ । ବିଜ୍ଞାନ, ଅନୁସନ୍ଧାନ କ୍ଷେତ୍ରରେ ଅବଦୁଲ କଲାମଙ୍କଯୋଗଦାନ ପାଇଁ ତାଙ୍କୁ ‘ ଭାରତର ମିଶାଇଲ ମ୍ୟାନ୍’ ବୋଲି କୁହାଯାଏ । ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୯ ଜୁଲାଇ ୨୫ ଯାଏଁ ସେ ଭାରତର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ଆଜି କଲାମଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସମଗ୍ର ଦେଶ ।