ନ୍ୟୁଜ ୩୬୫ (ବ୍ୟୁରୋ): ଆପଣ କୋଲ୍ଡ ଡ୍ରିଙ୍କସ ଲଭର କି ? ଖରା ହେଉ କିମ୍ବା ବର୍ଷା ସବୁବେଳେ କୋଲ୍ଡ ଡ୍ରିଙ୍କସ ବ୍ୟବହାର କରୁଛନ୍ତି କି ? ସାଧାରଣତଃ କୋଲ୍ଡ ଡ୍ରିଙ୍କସ ଛୋଟ ଠୁ ବୟସ୍କ ସମସ୍ତଙ୍କର ପସନ୍ଦ । ହେଲେ ଏହି ଅଭ୍ୟାସ ଆପଣଙ୍କୁ ମୃତ୍ୟୁ ମୁଖକୁ ଟାଣି ନେବ । କୋଲ୍ଡ ଡ୍ରିଙ୍କସ ବା ଥଣ୍ଡା ପାନୀୟରେ ରହିଛି କ୍ୟାନସର କାରକ । ଥଣ୍ଡାପାନୀୟରେ ଥିବା ମିଠା କ୍ୟାନସରର ପ୍ରମୁଖ କାରଣ । ଏହା ଶରୀର ପାଇଁ ହାନିକାରକ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପରି କିଛି କହି ଲୋକଙ୍କୁ ସତର୍କ କରାଇଛି। ବଜାରରେ ମିଳୁଥିବା କୋକାକୋଲା ସମେତ ଅନ୍ୟାନ୍ୟ ବ୍ରାଣ୍ଡର କୋଲ୍ଡ ଡ୍ରିଙ୍କସରେ ଆର୍ଟିଫିସିଆଲ ସୁଇଟନର ବା କୃତ୍ରିମ ମିଠା ବ୍ୟବହାର କରାଯାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛିି । ଆର୍ଟିଫିସିଆଲ ସୁଇଟନର ଭାବେ ଆସପୋର୍ଟେମ ନାମକ ପଦାର୍ଥକୁ କମ୍ପାନୀମାନେ ବ୍ୟବହାର କରନ୍ତି । ଯାହା ଡାଏଟ ସୋଡାଠୁ ଆରମ୍ଭ କରି ଚୁଇଙ୍ଗମରେ ବ୍ୟବହାର କରାଯାଏ ।
କ୍ୟାନସର ଉପରେ ରିସର୍ଚ କରୁଥିବା ସଂସ୍ଥା ଇଂଟରନ୍ୟାଶନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର ଜୁଲାଇରେ ଏହି ଆସପାର୍ଟେମକୁ କ୍ୟାନସର କାରକ ପଦାର୍ଥ ତାଲିକାରେ ସାମିଲ କରିବ । ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଆସପୋର୍ଟେମ ବ୍ୟବହର କଲେ ଶରୀର ପାଇଁ ହାନିକାରକ ନୁହେଁ ବୋଲି ଏକ କମିଟି କହିଥିଲା । ଏପରି ସ୍ଥିତିରେ ଥଣ୍ଡା ପାନୀୟରେ କେତେ ପରିମାଣରେ ଆସପୋର୍ଟେମ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।