ନ୍ୟୁଜ ୩୬୫ (ବ୍ୟୁରୋ): ଆଜି ଅପରାହ୍ନରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ମେଡିକାଲ କଲେଜ ଏବଂ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଷ୍ଟ୍ରପତି କହିଛନ୍ତି, ‘ଡାକ୍ତରୀ ଏକ ବୃତ୍ତି ନୁହେଁ, ଏକ ବ୍ରତ’ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ବର୍ଷ ହେବ ଦେଶରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଘଟୁଥିବା ଉନ୍ନତି ସାରା ବିଶ୍ୱକୁ ଏକ ନୂଆ ଦିଗଦର୍ଶନ ଦେଇଛି। ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଖ୍ୟାତି କେବଳ ଓଡିଶା କି ପୂର୍ବ ଭାରତରେ ନୁହେଁ ବରଂ ସମଗ୍ର ଦେଶରେ ରହିଛି। ଏଠାରେ କାର୍ଯ୍ୟ କରୁଥିବା ଚିକିତ୍ସକ ମାନଙ୍କୁ ପ୍ରଶଂସା କରିବା ସହିତ ନିଷ୍ଠାର ସହ ଚିକିତ୍ସା ସେବାର ଏହି ପରମ୍ପରା ଆଗକୁ ଜାରି ରହିବ ବୋଲି ମୁଁ ଆଶାବାଦୀ ।
ରାଷ୍ଟ୍ରପତି କହିଛନ୍ତି ଯେ, ମା’ ମାନେ ଯେଭଳି ଏକ ଉଦ୍ଦେଶ୍ୟ ନେଇ ବ୍ରତ ରଖିଥାନ୍ତି ସେହିଭଳି ସେବା କରିବାର ବ୍ରତ ନେଇ ଆଜିର ମେଡିକାଲ ଛାତ୍ରଛାତ୍ରୀ ଆସନ୍ତାକାଲି ପାଇଁ ସେବାର ନିଦର୍ଶନ ହୋଇପାରିବେ। ଉଦାହରଣ ଛଳରେ ଡାକ୍ତର, ଶିକ୍ଷକ ଓ ଆଇନଜୀବୀଙ୍କୁ ଗାଁ ଗହଳିରେ ଲୋକମାନେ ଭଗବାନ ବୋଲି ମାନିଥାନ୍ତି କହିବା ସହ ରାଷ୍ଟ୍ରପତି ଡାକ୍ତରମାନକୁ ଚଳନ୍ତି ଭଗବାନ ବୋଲି କହିଛନ୍ତି ।