ନ୍ୟୁଜ 365 (ବ୍ୟୁରୋ): ରାଷ୍ଟ୍ରପତିଙ୍କ ଗସ୍ତ କାଯ୍ୟକ୍ରର୍ମରେ ପୁଣି ଅବ୍ୟବସ୍ଥା । ପୂର୍ବରୁ ଲାଇନ କାଟିଥିଲେ, ଏଥର ଜରିପାଲ ତଳେ ଠିଆ କରାଇଦେଲେ ରାଜ୍ୟସରକାର । ଜରିପାଲ ତଳେ ଠିଆ ହୋଇ ଅଭିଭାଷଣ ଦେଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ୟ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଇନଡୋର ଷ୍ଟାଡିୟମରେ ପାଣି ଗଳୁଥିବାରୁ ଛାତ ଉପରେ ଜରିପାଲ ଘୋଡା ଯାଇଥିବା ଦେଖିବାକୁ ମିଳିଛି । ସୂଚନାଅନୁଯାୟୀ , ଅନେକ ଦିନରୁ ଷ୍ଟାଡିୟମ ଛାତ ନଷ୍ଟ ହୋଇଥିଲେ ବି ମରାମତି ହୋଇପାରିଲା ନାହିଁ । ସେପଟେ ୨ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ୟ୍ୟକ୍ରମ ସ୍ଥିର ହୋଇଥିବା ବେଳେ କାହିଁକି ଏପର୍ଯ୍ୟନ୍ତ ମରାମତି ହୋଇନି ବୋଲି ଆଇନଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି ।
ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିବା ସହ ଓଡ଼ିଶାର ସହିଦ ପଦ୍ମପାଣି ଆଚାର୍ୟ୍ୟଙ୍କ କଥା କହିବା ସହ ବୀରମାଟି କଟକକୁ ପ୍ରଣାମ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।