ନ୍ୟୁଜ 365 (ବ୍ୟୁରୋ): ମଙ୍ଗଳବାର ନାସା କଣ୍ଟ୍ରୋଲ ରୁମରେ ବିଦ୍ୟୁତ୍ ସରବାରାହ ବ୍ୟାହତ ହେବା ଯୋଗୁ ସ୍ପେଶ୍ ଷ୍ଟେସନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଫଳରେ ସ୍ପେଶ୍ ଷ୍ଟେସନ ଯାଇଥିବା ଆମେରିକାର ୭ ଜଣ ମହାକାଶଚାରୀଙ୍କ ସହ କୌଣସି ସମ୍ପର୍କ ସ୍ଥାପନ କରାଯାଇପାରିନଥିଲା । ଏହି ସମସ୍ୟାର ସମାଧାନ ପାଇଁ ନାସା ୠଷ ସ୍ପେଶ୍ ଏଜେନ୍ସିଠାରୁ ସହଯୋଗ ମାଗିଥିଲା । ସୂଚନା ଅନୁସାରେ, ହ୍ୟୁଷ୍ଟନ ଜନସନ୍ ସ୍ପେଶ୍ ସେଣ୍ଟରର ମରାମତି କାମ ଚାଲୁଥିବାରୁ ବିଦ୍ୟୁତ୍ ଯୋଗଯୋଗ ବିଚ୍ଛନ୍ନ ହୋଇଥିଲା । ଫଳରେ ଉଭୟ ସ୍ପେଶ୍ ଷ୍ଟେସନ ଓ ମହାକାଶଚାରୀ ବିପଦରେ ଥିଲେ । ହେଲେ ଋଷ ସ୍ପେଶ୍ ଏଜେନ୍ସିଠାରୁ ସହଯୋଗ ମିଳିବା ପରେ ମହାକାଶଚାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା ।