ନ୍ୟୁଜ ୩୬୫ (ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। ଭବାନୀପାଟଣା ସରକାରୀ ଜଳ ଯୋଗାଣ ବିଭାଗର ଜିପିଏସ ସେକ୍ସନ ଅତିରିକ୍ତ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ସାହୁଙ୍କୁ ଘରେ ଭିଜଲାନ୍ସ ବିଭାଗର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳେଶ୍ୱର ମନ୍ଦିର ରାସ୍ତାରେ ଥିବା ସରକାରୀ ବାସଭବନ ସହ କାର୍ଯ୍ୟାଳୟରେ ଏକକାଳୀନ ଚାଲିଛି ରେଡ୍। ଏବେବି ଚଢାଉ ଜାରି ରହିଛି।