ନ୍ୟୁଜ ୩୬୫ (ବ୍ୟୁରୋ): ରାଜ୍ୟର ପ୍ରାଣୀ ପ୍ରେମୀଙ୍କ ପାଇଁ ଆସିଲା ଖୁସିର ଖବର। ଇଟାନଗରରୁ ନନ୍ଦନକାନନ ଚିଡ଼ିଆଖାନା ଆସିଲେ ହୁଲକ୍ ଗିବନ ଓ ଲିଓପାର୍ଡ। ୨ଟି ହୁଲକ୍ ଗିବନ ଏବଂ ୨ଟି ଲିଓପାର୍ଡ କ୍ୟାଟଙ୍କୁ ସ୍ୱାଗତ କରିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ। ନନ୍ଦନକାନନରୁ ବାଘ ରକି, ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀର ବଦଳରେ ୨ଟି ହୁଲକ୍ ଗିବନ ଓ ଦୁଇଟି ଲିଓପାର୍ଡ କ୍ୟାଟ୍ ନନ୍ଦନକାନନ ଆସିଛନ୍ତି। ଏନେଇ ସେଣ୍ଟ୍ରାଲ୍ ଜୁ’ ଅଥୋରିଟି ପକ୍ଷରୁ ଅନୁମୋଦନ ମିଳିବା ପରେ ଇଟ୍ଟାନଗରରୁର ଏକ ଟିମ୍ ନନ୍ଦନକାନନ ଆସିଥିଲେ। ବାଘ ରକି ଓ ବାଘୁଣୀ ସୋହିନୀ ଏବଂ ଦୁଇଟି ଘଡ଼ିଆଳ କୁମ୍ଭୀରକୁ ନେଇ ଯାଇଥିଲେ। ସେହିପରି ନନ୍ଦନକାନନରୁ ଏକ ୬ଜଣିଆ ଟିମ୍ ଇଟ୍ଟାନଗର ଯାଇଥିଲେ।
ସୂଚନାଯୋଗ୍ୟ, ସୋହିନୀ ୨୦୨୧ ଏପ୍ରିଲ ୧୪ ତାରିଖରେ ଜନ୍ମଲାଭ କରିଥିଲା। ସାଧାରଣ ନାଲି ରଙ୍ଗର ବାଘୁଣୀ ଓ ମେଘା ଓ ମହାବଳ ନନ୍ଦନର ମିଳନରୁ ସୋହିନୀ ଜନ୍ମଲାଭ କରିଥିଲା। ସେହିଭଳି ୨୦୨୧୧ ମାର୍ଚ୍ଚ ୨୮ରେ ଧଳା ରଙ୍ଗର ବାଘୁଣୀ ବିଜୟା ଓ ସାଧାରଣ ନାଲି ରଙ୍ଗର ବାଘର ସେଫ୍ର ମିଳନରୁ ଜନ୍ମଲାଭ କରିଥିଲା ରକି ।